୧୫୦ ପରେ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାପତି
୧୫୦ ପରେ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାପତି
admin
May 30, 2021 - 08:00
Updated: May 30, 2021 - 08:00
କରୋନା ମହାମାରୀ ସମୟରେ ବ୍ରିଟେନ୍ରେ ଏକ ଭଳ ଖବର ସାମ୍ନାକୁ ଆସିଛି । ବ୍ରିନେଟନ୍ର ସବୁଠୁ ଦୁର୍ଲଭ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପ୍ରଥମ ଥର ପାଇଁ ନଜର ଆସିଛି । ଏହି ପ୍ରଜାପତିଟି ସବଠୁ ବଡ ନୀଳ ପ୍ରଜାତି ଅଟେ । ଏହା ପ୍ରଜାତିର ପ୍ରଜାପତି କୋଟସ୍ଓ୍ବାଲ୍ଡ ପାହାଡୀ ଅଞ୍ଚଳରେ ନଜର ଆସିଛି ।
ଏହି ନୀଳ ପ୍ରଜାପତି ୧୯୭୯ ମସିହାରେ ବିଲୁପ୍ତ ଶ୍ରେଣୀଭୁକ୍ତ ହୋଇଥିଲା । ଏହାପରେ ଦ ନ୍ୟାସନାଲ୍ ଟ୍ରଷ୍ଟ ଲଗାତାର ଭାବରେ ଏହି ପ୍ରଜାତିଙ୍କ ପୁନଃ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା ଜାରିକରିଥିଲେ । ଏଥିପାଇଁ ଗତ ବର୍ଷ ରୋଡବାରୋ କମନ୍ ଠାରେ ୮୬୭ ଏକର ଜମି ମଧ୍ୟ ପ୍ରଦାନ କରାଯାଇଥିଲା ।
ଗତ ୧୫୦ ବର୍ଷ ମଧ୍ୟରେ ଏହି ପ୍ରଜାତିର ପ୍ରଜାପତି ଦେଖାଯାଇନଥିବାବେଳେ ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ଗ୍ଲୁସ୍ଟସାୟରର ରୋଡ୍ବୋରେ କମନ୍ରେ ପ୍ରାୟ ୭୫୦ ପ୍ରଜାପତି ନଜର ଆସିଛନ୍ତି । ଏଥିପାଇଁ ଏକ ଟିମ୍ ଏହି ପାହାଡୀ ଅଞ୍ଚଳରେ ପ୍ରଜାପତିଙ୍କ ଅନୁରୂପ ଘାସର ଗାଲିଚା ପ୍ରସ୍ତୁତ କରିଥିଲେ, ଏହା ପରେ ଶରତ ଋତୁରେ ୧,୧୦୦ ଲାର୍ଭା ଜନ୍ମ ହୋଇଥିଲା । ଚାରି ଦଶକ ପରେ ବିଶ୍ବରେ ବୁଲିପ୍ତହୋଇଥିବା ପ୍ରଜାପତି ପୁଣି ଥରେ ବଡ ସଂଖ୍ୟାରେ ନଜର ଆସିଛନ୍ତି । ବ୍ରିଟେନ୍ରେ ଏହି ଦୁର୍ଲଭ ପ୍ରଜାପତିର ପ୍ରତ୍ୟାବର୍ତ୍ତନ ନିଶ୍ଚିତ ରୂପେ ଦୁଦିଆରେ ସବୁଠୁ ସଫଳ କୀଟ ପ୍ରଜନନ ପରିଯୋଜନା ପାଲଟିଛି ।