୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

୧୧ ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର:ଦିନକୁ ଦିନ  କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦, ୫୦୦ ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୦ହଜାର  ୮୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୨୯୩ଜଣ ରହିଥିବାବେଳେ ୪୫୬୩ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୦୨୧ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୩ହଜାର ୩୦୮୭ , ଅନୁଗୁଳରୁ ୧୦୪, କଟକରୁ ୯୦୯, ବାଲେଶ୍ୱରରୁ ୩୨୬, ବରଗଡରୁ ୧୪୫, ଭଦ୍ରକରୁ ୧୦୧, ବଲାଙ୍ଗୀରରୁ ୨୫୯, ବୌଦ୍ଧରୁ ୩୮, ଦେବଗଡରୁ ୨୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୩୫, ଗଞ୍ଜାମରୁ ୧୩୯, ଜଗତସିଂହପୁରରୁ ୨୨୨, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୨୧୧, କଳାହାଣ୍ଡିରୁ୧୪୪, କନ୍ଧମାଳରୁ ୪୨, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୮୪, କେରାପୁଟରୁ ୧୬୫, ମାଲକାନାଗିରିରୁ ୫୪, ମୟୂରଭଞ୍ଜରୁ ୩୭୬, ନବରଙ୍ଗପୁରରୁ ୧୦୬, ନୟାଗଡରୁ ୧୪୫, ନୂଆପଡାରୁ ୭୫, ପୁରୀରୁ ୧୯୮, ରାୟଗଡାରୁ ୧୫୬, ସମ୍ବଲପୁରରୁ ୫୦୦, ସୋନପୁରରୁ ୧୦୨, ସୁନ୍ଦରଗଡରୁ ୧୯୪୩ଓ ରାଜ୍ୟପୁଲରୁ ୭୧୨ଜଣ କ
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୨୨ହଜାର ୭୩୫କୁ ବୃଦ୍ଧି ପାଇଛି ।