ପୁରୁଣା ରୋଗ ଠିକ୍‌ କରାଇ ଦେଲା କରୋନା ଟିକା

ପୁରୁଣା ରୋଗ ଠିକ୍‌ କରାଇ ଦେଲା କରୋନା ଟିକା

ପୁରୁଣା ରୋଗ ଠିକ୍‌ କରାଇ ଦେଲା କରୋନା ଟିକା

ବୋକାରୋ:  କରୋନା ଟିକା ଠକ୍‌ କରାଇ ଦେଇଛି ପୁରୁଣା ରୋଗ। ଟିକା ନେବା ପରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଏମିତି ଦାବି କରିଛନ୍ତି। ସେ ଜାନୁଆରୀ ୪ରେ କୋଭିସିଲ୍ଡ ଟିକା ନେବା ପରେ ତାଙ୍କ ସହ ଚମତ୍କାର ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ଦୁର୍ଘଟଣା ଯୋଗୁ ଅନେକ ଦିନ ହେଲାଣି ପାରାଲିସିସ୍ ହୋଇ ଯାଇଥିଲେ। ଏଥିସହ କଥା ମଧ୍ୟ କହିପାରୁ ନଥିଲେ। ଟିକା ନେବା ପରେ ସେ ଚଲାବୁଲା କରିବା ସହ କଥା କହିପାରୁ ଥିବା ଦାବି କରିଛନ୍ତି। ଦୁଲାର ଚାନ୍ଦ ମୁଣ୍ଡା।

ଦୁଲାର ଚାନ୍ଦଙ୍କ ପରିବାର ଲୋକଙ୍କ କହିବା କଥା ୪ ବର୍ଷ ତଳେ ସେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଧୀରେଧୀରେ କାମ କରିବା ବନ୍ଦ କରିଦେଇଥିଲା। ସେ ଆଉ ଚଲାବୁଲା କରିପାରି ନଥିଲେ। ସେହିପରି ସେ ଠିକ୍ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁ ନଥିଲେ। କିନ୍ତୁ କରୋନା ବିରୋଧୀ ଟିକା ନେବା ପରେ ସତେ ଯେମିତି ତାଙ୍କ ସହ ଅଲୌକିକ ଘଟଣା ଘଟିଛି।

ଦୁଲାର ଚାନ୍ଦ କହିଛନ୍ତି, ଟିକା ନେବା ପରେ ମୁଁ କଥା କହି ପାରୁଛି। ପୂର୍ବରୁ ମୁଁ ଏକାକୀ ଛିଡ଼ା ହୋଇ ପାରୁ ନଥିଲି। ହେଲେ ଏବେ ଏକାକୀ ଛିଡ଼ା ହେବା ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରୁଛି। ଟିକା ମୋତେ ସବୁ କିଛି ଦେଇଛି।”

ଦୁଲାର ଚାନ୍ଦଙ୍କ ଏପରି ଦାବି ପରେ ବୋକାରୋର ସିଭିଲ ସର୍ଜନ ଡା ଜିତେନ୍ଦ୍ର କୁମାର କହିଛନ୍ତି, ଏହାକୁ ଦେଖି ମୁଁ ସ୍ତବ୍ଧ। ତେବେ ଏହାକୁ ବୈଜ୍ଞାନିକମାନେ ତର୍ଜମା କରିବା କଥା। ୪ ବର୍ଷର ମେଡିକାଲ ଚିକିତ୍ସା ଭିତରେ ଯାହା ସମ୍ଭବ ହୋଇ ପାରି ନଥିଲା, ସେକଥା ଟିକା ନେବା ପରେ ହଠାତ୍ ଘଟିବା ସତରେ ଆଶ୍ଚର୍ୟ୍ୟଜନକ। ଏହା ଏକ ଗବେଷଣାର ବିଷୟ ବୋଲି ବିଶେଷଜ୍ଞଙ୍କ ମହଲରେ ମତପ୍ରକାଶ ପାଇଛି।