୧୦୫ ଦୁର୍ଗମ ବ୍ଲକରେ କାର୍ଯ୍ୟକାରୀ ହେବ ‘ସୋପାନ’
୧୦୫ ଦୁର୍ଗମ ବ୍ଲକରେ କାର୍ଯ୍ୟକାରୀ ହେବ ‘ସୋପାନ’
admin
Feb 10, 2021 - 04:46
Updated: Feb 10, 2021 - 04:46
ଭୁବନେଶ୍ୱର : ରାଜ୍ୟର ୧୦୫ ଦୁର୍ଗମ ବ୍ଲକରେ ‘ସୋପାନ’ ଯୋଜନା କାର୍ଯ୍ୟକାରୀ ହେବ । ୨୨ ଜିଲ୍ଲାର ଏହି ବ୍ଲକରେ ‘ସୋପାନ’ କାର୍ଯ୍ୟକାରୀ କରିବ ବୋଲି କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ବିଶେଷକରି କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପୁଷ୍ଟିହୀନତା ଓ ରକ୍ତହୀନତା ଦୂର କରିବା ଉପରେ ଫୋକସ କରାଯାଇଛି ।
କିଶୋରୀ ବାଳିକାଙ୍କ ନିମନ୍ତେ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇପାରିନଥିବା ଓ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଜନା ଏବଂ ରକ୍ତହୀନତା ନିମନ୍ତେ ପରୀକ୍ଷା ଓ ଚିକିତ୍ସା ପାଇନଥିବା ୧୪ରୁ ୧୯ ବର୍ଷର କିଶୋରୀ ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର ସାହାଯ୍ୟ ଯୋଗାଇ ଦିଆଯିବ । ସେହିପରି ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳାମାନଙ୍କୁ ଟିଏଚଆର ବ୍ୟତୀତ ଆଉଥରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ । ଏହାଛଡ଼ା ୩ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ କେତେକ ସ୍ଥାନରେ ଗୋଷ୍ଠୀ ପରିଚାଳିତ କ୍ରେଚ ଆରମ୍ଭ କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଯନô ଉପରେ ଗୁରୁତ୍ୱାରୋପ କରାଯିବ । ପିଲାମାନଙ୍କ ଉନ୍ନତିର ସମସ୍ୟା ବୁଝିବା ସହ ମୂଲ୍ୟାୟନ ନିମନ୍ତେ ବର୍ଷକୁ ୨ ଥର ୦ରୁ ୬ ବର୍ଷର ପିଲାମାନଙ୍କ ଓଜନ ପୁନର୍ବାର ଯାଂଚ କରାଯିବା ପାଇଁ ଓଜନ ଉତ୍ସବ ଆୟୋଜନ କରିବାର ବ୍ୟବସ୍ଥା କରାଯାଇଛି ।
ସେହିପରି ଅତିଶୟ ପୁଷ୍ଟିହୀନଙ୍କ ଶିଶୁଙ୍କୁ ଶୁଖିଲା ପଡ଼ିଖାଦ୍ୟ, ଅଙ୍ଗନବାଡ଼ିକୁ ଆସିପାରୁନଥିବା ୩ରୁ ୬ ବର୍ଷର ପିଲାଙ୍କୁ ସେମାନଙ୍କ ମା’ କିମ୍ବା ଏସଏଚଜି ଦ୍ୱାରା ପଡ଼ାପୁଷ୍ଟି କାର୍ଯ୍ୟକ୍ରମ କରାଯିବ । ୬ ମାସ ପରେ ସ୍ତନ୍ୟପାନ ସହ ଅନୁପୂରକ ଖାଦ୍ୟ ବୃଦ୍ଧି କରିବା ପାଇଁ ଅନ୍ନପ୍ରାଶନ୍ନ ଦିବସ ପାଳନ, ରନ୍ଧା ଗରମ ଖାଦ୍ୟରେ ପୋଷକ ତତ୍ୱ ଓ ଛତୁଆରେ ୧୧ ପ୍ରକାରର ସୂକ୍ଷ୍ମ ପୋଷକ ତତ୍ୱ ମିଶ୍ରଣର ବି ବ୍ୟବସ୍ଥା ରହିଛି ।