କ୍ୟାବିନେଟ ନିଷ୍ପତି : ବିପିୟୂଟି ଆଇନରେ ହେବ ଏହି ସବୁ ସଂଶୋଧନ

କ୍ୟାବିନେଟ ନିଷ୍ପତି : ବିପିୟୂଟି ଆଇନରେ ହେବ ଏହି ସବୁ ସଂଶୋଧନ

କ୍ୟାବିନେଟ ନିଷ୍ପତି : ବିପିୟୂଟି ଆଇନରେ ହେବ ଏହି ସବୁ ସଂଶୋଧନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୨୦ରେ ଆସିଥିବା ସଂଶୋଧନ ପ୍ରସ୍ତାବ ଉପରେ ବି କ୍ୟାବିନେଟର ମୋହର ଲାଗିଛି । ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବା ଦିନ ଠାରୁ ସିଇଟି, ଭୁବନେଶ୍ୱର ଆଉ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ସଂଘଟକ ମହାବିଦ୍ୟାଳୟ ହୋଇ ରହିବ ନାହିଁ । ଏହା ନିଜସ୍ୱ ବୋଡର଼୍ ଅଫ ଗଭର୍ଣ୍ଣରସଙ୍କ ଦ୍ୱାରା ପରିଚାଳିତ ହେବ । ପ୍ରଚଳିତ ସର୍ବଭାରତୀୟ ବ୍ୟବସ୍ଥା ଅନୁଯାୟୀ କେତେକ ପଦବୀଗୁଡ଼ିକର ପୁନଃ ନାମକରଣ କରାଯିବ । ସେହିପରି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ବଦଳରେ ଚାରି ବର୍ଷ କରାଯିବା ସହ ଛାତ୍ରଛାତ୍ରୀଙ୍କ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଅନୁଶାସନ କମିଟି ଗଠନ କରିବାର ପ୍ରସ୍ତାବ ରହିଛି । ଏହାଛଡ଼ା କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ । ବିତ ଅଧିକାରୀ ପଦବୀ ମଧ୍ୟ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବା ନିମନ୍ତେ ପ୍ରସ୍ତାବ ରହିଛି । ବିଶ୍ୱବିଦ୍ୟାଳୟର ବୋଡର଼୍ ଅଫ ଗଭର୍ଣ୍ଣରସଙ୍କ ଦ୍ୱାରା ଯେକୌଣସି ଏକ ସରକାରୀ ଇଂଜିନିୟରିଂ କଲେଜର ଅଧ୍ୟକ୍ଷଙ୍କୁ ସରକାରଙ୍କ ଦ୍ୱାରା ସଦସ୍ୟ ଭାବେ ମନୋନୀତ କରାଯିବ ।