ସବୁ ଜାଗାରୁ ଉଠାଇହେବ ରାସନ

ସବୁ ଜାଗାରୁ ଉଠାଇହେବ ରାସନ

ସବୁ ଜାଗାରୁ ଉଠାଇହେବ ରାସନ
ଭୁବନେଶ୍ୱର: ଏଣିକି ହିତାଧିକାରୀ ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ଏହା ଲାଗୁ କରାଯିବ । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୱାନ ନେସନ, ୱାନ ରାସନ କାର୍ଡ ଲାଗୁ କରିବାକୁ ଯାଉଛନ୍ତି । ସେହି ବ୍ୟବସ୍ଥା ଅନୁସାରେ ଓଡ଼ିଶା ସରକାର ଏହାକୁ ଲାଗୁ କରିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।