୧୦୨ ସହିଦ କରୋନା ଯୋଦ୍ଧାଙ୍କ ପରିବାରକୁ ୫୧ କୋଟିର ସହାୟତା

୧୦୨ ସହିଦ କରୋନା ଯୋଦ୍ଧାଙ୍କ ପରିବାରକୁ ୫୧ କୋଟିର ସହାୟତା

୧୦୨ ସହିଦ କରୋନା ଯୋଦ୍ଧାଙ୍କ ପରିବାରକୁ ୫୧ କୋଟିର ସହାୟତା
ଭୁବନେଶ୍ୱର: କରୋନା ଯୁଦ୍ଧର ହାରି ଯାଇଛନ୍ତି ୧୦୨ ଯୋଦ୍ଧା । ଭଦ୍ରକ, ଦେବଗଡ଼, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ବି ଯୋଦ୍ଧାଙ୍କ ମୃତୁ୍ୟ ହୋଇନି । ୧୦୨ ଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠି (ସିଏମଆରଏଫ) ରୁ ୫୧ କୋଟିର ସହାୟତା ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ ଦର୍ଶାଇଛନ୍ତି ଅନୁଗୁଳରୁ ୩, ବାଲେଶ୍ୱରରୁ ୭, ବରଗଡ଼ରୁ ୨, ବଲାଙ୍ଗୀରରୁ ୧, ବୌଦ୍ଧ ୧, କଟକରୁ ୮, ଢେ଼ଙ୍କାନାଳରୁ ୧, ଗଜପତିରୁ ୮, ଗଞ୍ଜାମରୁ ସର୍ବାଧିକ ୨୨, ଜଗତସିଂହପୁରରୁ ୧, ଯାଜପୁରରୁ ୨, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୭, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୨, ନୂଆପଡ଼ାରୁ ୪, ପୁରୀରୁ ୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧, ସୁନ୍ଦରଗଡ଼ରୁ ୫ ଜଣ ଯୋଦ୍ଧାଙ୍କ ମୃତୁ୍ୟ ହୋଇଛି ।