ଜଙ୍ଗଲ ନିଅାଁରେ ବି ଲାଞ୍ଚ କାରବାର, ଫରେଷ୍ଟ ଗାର୍ଡଙ୍କ ଠାରୁ ୩୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ଜଙ୍ଗଲ ନିଅାଁରେ ବି ଲାଞ୍ଚ କାରବାର, ଫରେଷ୍ଟ ଗାର୍ଡଙ୍କ ଠାରୁ ୩୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ଜଙ୍ଗଲ ନିଅାଁରେ ବି ଲାଞ୍ଚ କାରବାର, ଫରେଷ୍ଟ ଗାର୍ଡଙ୍କ ଠାରୁ ୩୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର
ନୟାଗଡ଼:ଜଙ୍ଗଲ ନିଅାଁ ପାଇଁ ବି ଲାଞ୍ଚ କାରବାର । ସାରା ରାଜ୍ୟରେ ଜଙ୍ଗଲରେ ଲାଗିଥିବା ନିଅାଁକୁ ନେଇ ତୁମ୍ବିତୋଫାନ ଚାଲିଛି । କେତେ ବୃକ୍ଷଲତା ଜଳି ଯିବା ସହିତ ବନ୍ୟପ୍ରାଣୀ ବି ବିପଦରେ ରହିଛନ୍ତି । ଏପରିକି ମୟୂରଭଞ୍ଜର କରଞ୍ଜିଆ ଠାରେ ଜଣେ ବନ ବିଭାଗର ଠିକା କର୍ମଚାରୀ ନିଅାଁରେ ପୋଡ଼ି ପ୍ରାଣ ହରାଇଛନ୍ତି । ଏହିଭଳି ଏକ ସମୟରେ ନିଅାଁ ଲିଭା ଡୁ୍ୟଟି ପାଇଁ ବି ଲାଞ୍ଚ କାରବାର ଚାଲିଥିବା ଏକ ଘଟଣା ସାମନାକୁ ଆସିଛି । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜଣେ ଫରେଷ୍ଟର ଜଣେ ଫରେଷ୍ଟରଙ୍କୁ ଗିରଫ କରିଛି । ଏହି ସରକାରୀ ଅଧିକାରୀ ହେଲେ ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ଫରେଷ୍ଟର ଗୋଲେଖ ବିହାରୀ ବେହେରା । ଶ୍ରୀ ବେହେରା ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ କର୍ମଚାରୀ ତାଙ୍କୁ କବଜା କରି ନେଇଛନ୍ତି । ଗଣିଆ ବ୍ଲକର ଛାମୁଣ୍ଡିଆ ସେକସନର ଫରେଷ୍ଟଗାଡର଼୍ ପଷ୍ପାଞ୍ଜଳି ପଣ୍ଡାଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ ।