ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା

ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା

ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା
କେନ୍ଦୁଝର:ବାମେବାରି ଥାନା ଅଧୀନରେ ଥିବା କତିଆ ଗାଁରେ ଘଟିଯାଇଛି ଏକ ହିଂସାତ୍ମକ ଘଟଣା । ଜଣେ ଯୁବକ ଟାଙ୍ଗିଆରେ ୨ ଭାଇଙ୍କୁ ହାଣି ହତ୍ୟା କରିଛି । କେନ୍ଦୁଝର ଜିଲ୍ଲା ବାମେବାରି ଥାନା କାତିଆ ଗାଁରେ ନିଶାସକ୍ତ ଯୁବକର ଉନ୍ମତକାଣ୍ଡ । ସାମାନ୍ୟ ବଚସାରୁ ୨ ଭାଇଙ୍କୁ ଟାଙ୍ଗିଆରେ ନିର୍ମମ ହାଣି ଦେଇଛି । ମୃତକ ୨ ଭାଇ ହେଲେ ସମ୍ଭାର ନାଏକ ଓ କର୍ମୁ ନାୟକ । ଗ୍ରାମବାସୀମାନେ ଉନ୍ମତ ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ବାମେବାରି ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।