୧୦ ଲକ୍ଷ ଲାଗି ଭାଇକୁ ଅପହରଣ, ହତ୍ୟା
୧୦ ଲକ୍ଷ ଲାଗି ଭାଇକୁ ଅପହରଣ, ହତ୍ୟା
ଟିଟିଲାଗଡ: ଟଙ୍କା ପାଇ ମଣିଷ ଭୁଲି ଯାଇଛି ମଣିଷ ପଣିଆ। ଭୁଲିଯାଉଛି ସଂପର୍କ । ସାନ ଭାଇ ବଡଭାଇର ସଂପୂର୍ଣ୍ଣ ପରିବାରକୁ ମାରିଦେଇଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ତେବେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସଂପର୍କୀୟ ଭାଇକୁ ଅପହରଣ କରି ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡରେ ।
ସୂଚନା ଅନୁସାରେ ମୃତ ନାବାଳକ ଜଣଙ୍କ ଗତ ୨୩ ତାରିଖରେ ସଂପର୍କୀୟ ଭାଇ ଦ୍ୱାରା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ସଂପର୍କୀୟ ଭାଇ ୧୦ ଲକ୍ଷ ନଦେଲେ ହତ୍ୟା କରିବ ବୋଲି ହ୍ୱାଟ୍ସଆପ ମେସେଜ କରିଥିଲା । ଅପହରଣ ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତକୁ ଅଟକ ରଖିଥିଲା । ତେବେ ଆଜି ଟିଟିଲାଗଡ ସିରଭଟାପଡାରୁ ଅପହୃତ ନାବାଳକର ମୃତ ଦେହ ଉଦ୍ଧାର ହୋଇଛି । ସିକେର୍ ଜଂଗଲରୁ ଗଳିତ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଏଥିପାଇଁ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।




admin 