୧ ଲକ୍ଷ ଲୋକ ସ୍ଥାନାନ୍ତର : ଜାଣନ୍ତୁ କେତେବେଲେ ଲ୍ୟାଣ୍ଡଫଲ କରିବ ନିଭାର

୧ ଲକ୍ଷ ଲୋକ ସ୍ଥାନାନ୍ତର : ଜାଣନ୍ତୁ କେତେବେଲେ ଲ୍ୟାଣ୍ଡଫଲ କରିବ ନିଭାର

୧ ଲକ୍ଷ ଲୋକ ସ୍ଥାନାନ୍ତର : ଜାଣନ୍ତୁ କେତେବେଲେ ଲ୍ୟାଣ୍ଡଫଲ କରିବ ନିଭାର
ଚେନ୍ନାଇ : ସାମୁଦ୍ରିକ ବାତ୍ୟା ନିଭାର କାରଣରୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟାଟି ୧୪ କିମି ପ୍ରତି ଘଣ୍ଟାରେ ଗତି କରୁଥିବା ବେଳେ କଡ୍ଡାଲୋରରୁ ୮୦ ଏବଂ ପୁଡୁଚେରୀରୁ ୧୬୦ କିମି ଦୂରରେ ରହିଛି । ରାତି ୨ଟା ସୁଦ୍ଧା ଏହି ବାତ୍ୟାଟି ଲ୍ୟାଣ୍ଡ ଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । କଡାଇକାଲରୁ ମହାବଳୀପୁରମ ମଧ୍ୟରେ ବାତ୍ୟାଟି ଭୂପୃଷ୍ଠ ଛୁଇଁବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ପ୍ରାୟ ୧୪୫ କିମି ପ୍ରତି ଘଣ୍ଟା ରହିବା ନେଇ ଅନୁମାନ ଲଗାଯାଉଛି । ବାତ୍ୟାକୁ ନେଇ ପ୍ର୍ରାୟ ୧୦ଟି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ୫୦ଟି ଏନଡିଆରଏଫ ଟିମ ବାତ୍ୟା ମୁକାବିଲା ପାଇଁ ମୁତୟନ କରାଯାଇଥିବା ବେଳେ ୩୩୪୪ଟି ଆଶ୍ରୟସ୍ଥଳ ଖୋଲାଯାଇଛି ।