ୟୁନେସ୍କୋକୁ ପୁଣି ନିର୍ବାଚିତ ହେଲା ଭାରତ

ୟୁନେସ୍କୋକୁ ପୁଣି ନିର୍ବାଚିତ ହେଲା ଭାରତ

ୟୁନେସ୍କୋକୁ ପୁଣି ନିର୍ବାଚିତ ହେଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଶିକ୍ଷା ଓ ସାଂସ୍କୃତିକ ସଂଗଠନର କାର୍ୟ୍ୟନିର୍ବାହୀ ବୋର୍ଡକୁ ଭାରତ ପୁଣିଥରେ ନିର୍ବାଚିତ ହୋଇଛି। ଜାତିସଂଘ କାର୍ୟ୍ୟ ନିର୍ବାହୀ ବୋର୍ଡରେ ଭାରତ ୨୦୨୧-୨୫ ଯାଏ କାର୍ୟ୍ୟ କରିବ। ଭାରତ ସପକ୍ଷରେ ୧୬୪ ଖଣ୍ଡ ଭୋଟ ପଡ଼ିଥିଲା। ବୁଧବାର ଦିନ ହିଁ କାର୍ୟ୍ୟନିର୍ବାହୀ ସଦସ୍ୟ ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥରେ ଭାରତକୁ ୧୬୪ ଖଣ୍ଡ ଭୋଟ ମିଳିଛି।

ଭାରତ ଗ୍ରୁପ୍ ୪ରେ ରହିଛି। ଏଥିରେ ଏସିଆନ ଓ ପ୍ୟାସିଫିକ ରାଷ୍ଟ୍ର ରହିଛନ୍ତି। ଜାପାନ, ଫିଲିପାଇନ୍ସ, କୁକ ଦ୍ୱୀପପୁଞ୍ଜ ଓ ଚାଇନା ମଧ୍ୟ ଭାରତ ଭଳି ଜାତିସଂଘର କାର୍ୟ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି। ମିଳିତ ଜାତିସଂଘର ୩ ସାମ୍ବାଧାନିକ ପ୍ରତିଷ୍ଠାନ ମଧ୍ୟରୁ ୟୁନିସ୍କୋ କାର୍ୟ୍ୟନିର୍ବାହୀ ବୋର୍ଡ ଅନ୍ୟତମ।

ଜେନେରାଲ କନଫରେନ୍ସ ଦ୍ୱାରା ହିଁ ବୋର୍ଡକୁ ରାଷ୍ଟ୍ରଗୁଡ଼ିକ ନିର୍ବାଚିତ ହୁଅନ୍ତି। ଜାତସଂଘ କାର୍ୟ୍ୟନିର୍ବାହୀ ବୋର୍ଡ ମିଳିତ ଜାତିସଂଘର ବିଭିନ୍ନ କାର୍ୟ୍ୟକ୍ରମକୁ ସମୀକ୍ଷା କରିବା ସହ ବଜେଟ ଉପସ୍ଥାପନ କରେ। ଏହାକୁ ଜାତିସଂଘର ମହାନିର୍ଦ୍ଦେଶକଙ୍କ ପାଖକୁ ପଠା ଯାଏ। ତେଣୁ ବୋର୍ଡର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମୋଟ ୫୮ଟି ଦେଶ ରହିଛନ୍ତି। ସମସ୍ତେ ଗୋଟିଏ ଥର ନିର୍ବାଚିତ ହେଲେ ୪ ବର୍ଷ ଯାଏ କାର୍ୟ୍ୟ କରନ୍ତି।