ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ
କନ୍ଧମାଳ: ବଜ୍ରକାପ୍ତା ଚାଲାଣ ବେଳେ ୨ ବ୍ୟବସାୟୀଙ୍କୁ ମାଡିବସିଲା ଏସ୍ଟିଏଫ୍। କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ ୨ ବ୍ୟବସାୟୀଙ୍କୁ ଏସ୍ଟିଏଫ ଗିରଫ କରିଛି। ଏହାସହିତ ସେମାନଙ୍କ ନିଟକରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର କରାଯାଇଛି।
ତେବେ ଗିରଫ ହୋଇଥିବା ଦୁଇ ବ୍ୟବସାୟୀ ହେଉଛନ୍ତି କନ୍ଧମାଳ ଜିଲ୍ଲାର ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ। ସେମାନଙ୍କୁ ଏହାକୁ କେଉଁଠିକୁ ଚୋରାଚାଲାଣ କରଥିଲେ ସେନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। ତେବେ ଏହା ପଛରେ ଆଉ କାହାର ହାତ ରହିଛି କି ସେନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଦେଇଛି।
ଗତ ବର୍ଷକ ମଧ୍ୟରେ ୭ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇସାରିଲାଣି । ଏହାସହିତ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ବ୍ୟବାସାୟୀଙ୍କୁ ଏସ୍ଟିଏଫ୍ ଗିରଫ କରିସାରିଥିବା ସୂଚନା ମିଳିଛି।




admin 