ମେନକା ଗାନ୍ଧୀଙ୍କୁ ନୋଟିସ୍ ଜାରି
ମେନକା ଗାନ୍ଧୀଙ୍କୁ ନୋଟିସ୍ ଜାରି
admin
Apr 13, 2019 - 10:54
Updated: Apr 13, 2019 - 10:54
ନୂଆଦିଲ୍ଲୀ : ଶୁକ୍ରବାର ମୁସଲମାନ ଭୋଟରଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ସୁଲ୍ତାନପୁର ବିଜେପି ପ୍ରାର୍ଥିନୀ ଓ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ବିବାଦରେ ପଡ଼ିଛନ୍ତି । ମୁସଲମାନ ଅଧ୍ୟୁଷିତ ତୁରବ ଖାନି ଗାଁରେ ନିର୍ବାଚନ ରାଲିରେ ଗାନ୍ଧୀ କହିଲେ ଯଦି ତାଙ୍କୁ ଭୋଟ ନ ଦିଅନ୍ତି ମୁସଲମାନମାନେ କର୍ମସଂସ୍ଥାନ ପାଇବେ ନାହିଁ । ତାଙ୍କ ଭାଷଣର ଏକ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସୁଲ୍ତାନ୍ପୁରର ଆଡିସ୍ନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ହରଦେଓ ପାଣ୍ଡେ କହିଛନ୍ତି ଯେ ସଦର ସବ୍ଡିଭିଜ୍ନାଲ୍ ମାଜିଷ୍ଟ୍ରେଟ୍ ଜବାବ ତଲବ କରି ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି।
ଭାଷଣରେ ମେନକା କହିଲେ ଯେ, ମୁସଲମାନ ଭୋଟରମାନେ ବୁଝିବା ଆବଶ୍ୟକ ଯେ ଏଇଟା ଦିଆ-ନିଆର ସମ୍ପର୍କ। ଆମେ ମହାତ୍ମା ଗାନ୍ଧୀଙ୍କର ପିଲା ନୋହୁଁ। ଆମେ ଦେଇ ଚାଲିବୁ ଏବଂ ନିର୍ବାଚନରେ ହାରିବୁ। ନିର୍ବାଚନ ଆସିଲେ ଏଇ ବୁଥ୍ରୁ ୫୦ କି, ୧୦୦ ଭୋଟ୍ ମିଳେ। ତା’ପରେ ଲୋକେ ଆସି ମୋତେ କାମ ମାଗନ୍ତି। ଆମେ ଭୋଟ୍ ଦେଖିବୁ। ତୁମେ ସମସ୍ତେ ମୋର ଶୁଭେଚ୍ଛୁ ଓ ସମର୍ଥକ। ଯିଏ ଯେଉଁ ସମ୍ପ୍ରଦାୟର ହେଉ ମୁଁ କୌଣସି ବିଭାଜନ ଦେଖୁ ନାହିଁ। ମୁଁ କେବଳ ଯନ୍ତ୍ରଣା, ଦୁଃଖ ଓ ସ୍ନେହ ଦେଖୁଛି। ନିଷ୍ପତ୍ତି ଆପଣମାନଙ୍କ ହାତରେ।