ହେଲମେଟ ପାଇଁ ଗଡିଛି ୪୩,୬୦୦ ମୁଣ୍ଡ !

ହେଲମେଟ ପାଇଁ ଗଡିଛି ୪୩,୬୦୦ ମୁଣ୍ଡ !

ହେଲମେଟ ପାଇଁ ଗଡିଛି ୪୩,୬୦୦ ମୁଣ୍ଡ !
ଭୁବନେଶ୍ୱର: ବିନା ହେଲମେଟରେ ଗାଡି ଚଳାଇ ୪୩,୬୦୦ ଜଣଙ୍କ ଜୀବନ ଚାଲି ଯାଇଛି । ୨୦୧୮ରେ ସାରା ଦେଶରେ ୪୩,୬୦୦ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି । ଉତର ପ୍ରଦେଶରେ ସର୍ବାଧିକ ୬୦୨୦ ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ୫୨୩୨, ତାମିଲନାଡୁରେ ୫୦୪୮ ଜଣ ମୃତ୍ୟୁବରଣ କରିଛନ୍ତି । ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ଜରୁରୀ ଅଟେ । ତେବେ ଏହି ଆଇନକୁ ଗୁଜରାଟ ଓ ଝାଡଖଣ୍ଡ ସରକାର କୋହଳ କରିଛନ୍ତି । ୨ ରାଜ୍ୟରେ ପଛ ଲୋକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ନୁହେଁ । ଗତବର୍ଷ ଗୁଜରାଟରେ ହେଲମେଟ ନ ପିନ୍ଧି ୯୫୮ ଜଣ ମୃତ୍ୟୁବରଣ କରିଛନ୍ତି । ହେଲମେଟ ନପିନ୍ଧି ପଛରେ ବସିଥିବା ୫୬୦ ଜଣଙ୍କ ଜୀବନ ବି ଯାଇଛି । ୨୦୧୭ରେ ହେଲମେଟ ନ ପିନ୍ଧି ୩୫,୯୭୫ ଜଣଙ୍କ ମୃତ୍ୟୁ ଘଟି ଥିଲା । ୨୦୧୮ରେ ସିଟ୍ ବେଲ୍ଟ ନପିନ୍ଧି ୨୪,୪୦୦ ଜଣଙ୍କ ମୃତ୍ୟୁ ଘଟିଛି । \n