ହୀରାକୁଦର ସବୁ ଗେଟ ବନ୍ଦ ଅଛି

ହୀରାକୁଦର ସବୁ ଗେଟ ବନ୍ଦ ଅଛି

ହୀରାକୁଦର ସବୁ ଗେଟ ବନ୍ଦ ଅଛି


ଭୁବନେଶ୍ୱର: ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । ମହାନଦୀ ସମେତ ଶାଖା ନଦୀ ବି ଫୁଲୁଛି । ହେଲେ ମହାନଦୀରେ ଏବେ ବି ବନ୍ୟା ଆଶଙ୍କା ନାହିଁ । ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ଦିନ ୧୨ଟାବେଳେ ୬୨୪.୬୫ ଫୁଟ ଥିଲା । ଏବେ ବି ସମସ୍ତ ଗେଟ ବନ୍ଦ ଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୧ ହଜାର ୮୧୩ କୁ୍ୟସେକ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ମାତ୍ର ୨୧,୩୫୨ କୁ୍ୟସେକ । ଦିନ ୧୨ଟାବେଳେ ଖଇରମାଳରେ ୯୬ ହଜାର କୁ୍ୟସେକ ଜଳ ନିଷ୍କାସିତ ହେଉଥିବାବେଳେବ ବରମୁଳରେ ୧ ଲକ୍ଷ ୨ ହଜାର ୭୫୦ କୁ୍ୟସେକ ଏବଂ ମୁଣ୍ଡୁଳିରେ ୭୧,୬୦୦ କୁସେକ ଜଳ ନିଷ୍କାସିତ ହେଉଥିଲା । ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ବଢ଼ୁଛି । 

  ଅନ୍ୟପକ୍ଷେ କେବଳ ଜଳକା ଜଳସ୍ତର ବିପଦ ସଙ୍କେତ ଟପିଛି । ଦିନ ୧୨ଟାବେହଳେ ମଥାନିରେ ଜଳକା ନଦୀର ଜଳସ୍ତର ୫.୫୫ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୫.୫୫ ମିଟର । ଋଷିକୂଲ୍ୟା, ବଂଶଧାରା, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ, ଦେବୀ, ମହାନଦୀ, କୁଶଭଦ୍ରା ଫୁଲୁଛି ।  ଜଳକା ଛାଡ଼ି ବାକି ସବୁଠି ଜଳସ୍ତର ବିପଦ ସଙ୍କେତ ତଳେ ଅଛି । ସକାଳ ୯ଟା ତୁଳନାରେ ପ୍ରାୟ ସବୁଠି ଜଳସ୍ତର ବୃଦ୍ଧି ପାଇଛି । ଆଜି ଦିନ ତମାମ ମହାନଦୀ ତଳ ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ । ଏମିତି ହେଲେ ମହାନଦୀ ଜଳସ୍ତର ଆହୁରି ଫୁଲିପାରେ ।