ହାଣ୍ଡିଆ ପିଇବାକୁ ଟଙ୍କା ଦେଲୋନି ସ୍ତ୍ରୀ, ତାପରେ ହେଲା ଏମିତି

ହାଣ୍ଡିଆ ପିଇବାକୁ ଟଙ୍କା ଦେଲୋନି ସ୍ତ୍ରୀ, ତାପରେ ହେଲା ଏମିତି

ହାଣ୍ଡିଆ ପିଇବାକୁ ଟଙ୍କା ଦେଲୋନି ସ୍ତ୍ରୀ, ତାପରେ ହେଲା ଏମିତି

କରଞ୍ଜିଆ : ପଞ୍ଚାୟତ କାର୍ୟ୍ୟାଳୟରୁ କଣ୍ଟ୍ରୋଲ୍‌ ସାମଗ୍ରୀ ନେଇ ଫେରିଥିଲେ ସ୍ବାମୀ। ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ହାଣ୍ଡିଆ ପିଇବାକୁ ଟଙ୍କା ମାଗିଥିଲେ। ଏହାକୁ ନେଇ ହୋଇଥିଲା ପାଟିତୁଣ୍ଡ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କରିବସିଥିଲେ ଏହି ଅଭାବନୀୟ କାଣ୍ଡ। ଟାଙ୍ଗିଆରେ ପକାଇଥିଲେ ଚୋଟ। ଘଟଣାସ୍ଥଳରେ ଚାଲି ଯାଇଥିଲା ସ୍ବାମୀର ଜୀବନ।  ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଣୀଭୋଳ ଗାଁର ଅନନ୍ତ ଗୋପ କଣ୍ଟ୍ରୋଲ୍ ସାମଗ୍ରୀ ଆଣିବାକୁ ଯାଇଥିଲେ। କଣ୍ଟ୍ରୋଲ ସାମଗ୍ରୀ ଧରି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ହାଣ୍ଡିଆ ପିଇବା ପାଇଁ ପତ୍ନୀ ମସୁରୀ ସୟଙ୍କୁ ମାଗିଥିଲେ ଟଙ୍କା। ହେଲେ ମସୁରୀ ଟଙ୍କା ଦେଇନଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହଇ ସ୍ତ୍ରୀ ମସୁରୀ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ସ୍ୱାମୀର ବେକ ଓ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ତ୍ରୀ ମସୁରୀ ସୟକୁ ଗିରଫ କରିଛି।