ସର୍ବାଧିକ ୬୦ କିଲୋମିଟର ବେଗରେ ଚାଲି ପାରିବ ବାଇକ୍
ସର୍ବାଧିକ ୬୦ କିଲୋମିଟର ବେଗରେ ଚାଲି ପାରିବ ବାଇକ୍
ଭୁବନେଶ୍ବର: ଏଣିକି ଜାତୀୟ ରାଜପଥ ହେଉ କି ଷ୍ଟେଟ-ହାଇଓ୍ବେ ୪ ଥାକିଆ ବାଇକ୍ର ବେଗ ୬୦ କିଲୋମିଟର ଟପିବ ନାହିଁ। କାମ ଚାଲୁଥିବା ରାସ୍ତାରେ କେତେ ବେଗରେ ଗାଡି ଚଲାଇବେ ସେ ନେଇ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ।
ଗାଇଡଲାଇନ ଅନୁସାରେ ୪ଲେନ ରାସ୍ତାରେ ସର୍ବାଧିକ ୬୦କିମି ପ୍ରତି ଘଣ୍ଟା ବେଗରେ ଗଡିପାରିବ ବାଇକ। ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ୫୦କିମି ବେଗରେ ଚଲାଇପାରିବେ। ସହର ଭିତରେ ବା ଯଦିରାସ୍ତା କାମ ଚାଲୁଥାଏ ତେଵେ ୪୦ କିମି ପ୍ରତି ବେଗରେ ଯାଇପାରିବେ। ସେହିପରି ୩ ଚକିଆ ଗାଡି ଯାତ୍ରିବାହୀ ହେଉ ବା ମାଲବାହୀ ୪ ଲେନରେ ୪୦ କିମି ପ୍ରତି ବେଗରେ ଯାଇପାରିବେ। ସେହିପରି ଡ୍ରାଇଭରକୁ ମିଶାଇ ୮ସିଟ ତଳକୁ ଥିବା ନନ-ଟ୍ରାନସପୋର୍ଟ ଗାଡି ଗୁଡିକ ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୧୦୦କିମି ବେଗରେ ଏବଂ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ୬୦କିମି ବେଗରେ ଯାଇପାରିବେ। ସେହିପରି ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୫୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ। ସେହିପରି ମାଲବାହୀ ଗାଡିଗୁଡିକ ୪ ଥାକିଆ ଲେନରେ ଘଣ୍ଟା ପ୍ରତି ୬୦କିମି ବେଗରେ ଏବଂ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ୫୦କିମି ବେଗରେ ଯାଇପାରିବେ। ସେହିପରି ରାସ୍ତା କାମ ଚାଲୁଥିଲେ ବା ସହର ଭିତରେ ୩୦ କିମି ପ୍ରତି ଘଣ୍ଟା ବେଗରେ ଯାଇପାରିବେ ।




admin 