ଜେଲ୍ ଗଲେ ବିଧାୟକ ସରୋଜ ମେହେର

ଜେଲ୍ ଗଲେ ବିଧାୟକ ସରୋଜ ମେହେର

ଜେଲ୍ ଗଲେ ବିଧାୟକ ସରୋଜ ମେହେର
ଭୁବନେଶ୍ୱର: ପାଟଣାଗଡ ବିଧାୟକ ସରୋଜ ମେହେର ଜେଲ୍ ଗଲେ । ଆଜି ପୋଲିସ ସରୋଜଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । କୋର୍ଟରେ ଜାମିନ ଶୁଣାଣି ଘୁଂଚିବ ପରେ ପାଟଣାଗଡ ଜେଲ୍ ଯାଇଛନ୍ତି ବିଧାୟକ । ମଧ୍ୟବର୍ତିକାଳୀନ ଆଦେଶ ବଳରେ କୋର୍ଟ ପଠାଇଲେ ଜେଲ୍ । ଜୁଲାଇ ୧ ତାରିଖରେ ସରୋଜଙ୍କ ଜାମିନ ଆବେଦନ ଶୁଣାଣି କରାଯିବ । ଜେଇଙ୍କୁ ଉଠବସ ମାମଲାରେ ପୋଲିସ ବିଧାୟକଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ନିମ୍ନମାନର ରାସ୍ତା କାମ ଦର୍ଶାଇ କନିଷ୍ଠ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମଖରେ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ। କୋଦାଳରେ ଖୋଳିବା ପରେ ପିଚୁ ଉଠିଯାଉଥିଲା। ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ। ଏହାକୁ ନେଇ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।