୩ଟି ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଊଦ୍ଧ୍ୱର୍ ବର୍ଷା :ଏସଆରସି

୩ଟି ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଊଦ୍ଧ୍ୱର୍ ବର୍ଷା :ଏସଆରସି

୩ଟି ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଊଦ୍ଧ୍ୱର୍ ବର୍ଷା :ଏସଆରସି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ତେବେ ଏନେଇ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ଡିପ୍ରେସନ ଯୋଗୁଁ ୨୪ଟି ଜିଲ୍ଲାରେ ଭଲ ବର୍ଷା ହୋଇଛି । ୬ଟି ଜିଲ୍ଲାରେ ୧୦୦ ମିମିରୁ ଊଦ୍ଧ୍ୱର୍ ଓ ୯ଟି ଜିଲ୍ଲାରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ୩ଟି ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ୩୦୦ ମିମିରୁ ଊଦ୍ଧ୍ୱର୍ ବର୍ଷା ରେକର୍ଡ କରାଯାଇଛି । ଲାଞ୍ଜିଗଡ଼ରେ ୩୮୨.୬, କାଶୀପୁରରେ ୩୧୭.୪ ଓ କୋଟଗଡ଼ରେ ୩୦୮ ମିମି ବର୍ଷା ରେକର୍ଡ କରାଯାଇଛି । ୭ଟି ବ୍ଲକରେ ୨୦୦ ମିମିରୁ ୩୦୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଛି । ୬୭ଟି ବ୍ଲକରେ ୧୦୦ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଛି । କାଶୀପୁର ଓ ଗୁଣପୁରରେ ବଂଶଧାରା ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଗୁଡ଼ାରୀ, ବିଷମକଟକ, କନ୍ଧମାଳରେ କେତେକ ସ୍ଥାନରେ ବ୍ରିଜ ବୁଡ଼ିଛି । ମାଲକାନଗିରି ଜିଲ୍ଲାରେ ପ୍ରାୟ ସମସ୍ତ ବ୍ରିଜ ଉପରେ ପାଣି ଚାଲିଛି । ଓଡ୍ରାଫ ଓ ଅଗ୍ନିଶମ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଉଛି । ଗୋଟା ବ୍ୟାରେଜର ସମସ୍ତ ୨୨ଟି ଗେଟ ଯୋଗେ ଜଳ ନିଷ୍କାସନ କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ।