ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଘଟଣା, ପୋଲିସ ଗୁଳିରେ ୪ମୃତ୍ୟୁ

ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଘଟଣା, ପୋଲିସ ଗୁଳିରେ ୪ମୃତ୍ୟୁ

ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଘଟଣା, ପୋଲିସ ଗୁଳିରେ ୪ମୃତ୍ୟୁ
ହାଇଦ୍ରାବାଦ୍ : ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ହାଇଦ୍ରାବାଦ ଗଣଦୁଷ୍କର୍ମର ୪ଅଭିଯୁକ୍ତ । ଗତରାତିରେ ଘଟଣା ସ୍ଥଳକୁ ପୋଲିସ ନେଇ ଛାନଭିନ ଚଳାଇଥିବା ବେଳେ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି । ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଶାମସାବାଦଠାରେ ୨୬ ବର୍ଷୀୟ ଭେଟରିନାରୀ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ସାହାଯ୍ୟ କରିବା ନାଁରେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିଲେ। ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିମନ୍ତେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଥିଲା। ଯେଉଁ ଟୋଲପ୍ଲାଜା ନିକଟରେ ମହିଳା ଡାକ୍ତରଙ୍କ ସ୍କୁଟି ଖରାପ ହୋଇଥିଲା ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଅଜଣା ବ୍ୟକ୍ତି ଆଗେଇ ଆସିଥିଲେ, ସେହି ସ୍ଥାନରେ ଲାଗିଥିବା ସିସିଟିଭିକୁ ପୁଲିସ୍ ଯାଞ୍ଚ କରିଥିଲା। ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା।