ବାଇକ ପଛରେ ବାନ୍ଧି ୧୫ କିମି ଘୋଷାଡି ଘୋଷାଡି ହତ୍ୟା!

ବାଇକ ପଛରେ ବାନ୍ଧି ୧୫ କିମି ଘୋଷାଡି ଘୋଷାଡି ହତ୍ୟା!

ବାଇକ ପଛରେ ବାନ୍ଧି ୧୫ କିମି ଘୋଷାଡି ଘୋଷାଡି ହତ୍ୟା!
ଉତର ପ୍ରଦେଶ:ଉତର ପ୍ରଦେଶ ମିରଟ ସହର ଖାରଖୋଡା ନିକଟରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଯୁବକଙ୍କୁ ବାଇକ ପଛରେ ୧୫ କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି । ବେକରେ ରଶି ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ମାରିଲେ ଦୁବୃର୍ତ । ହତ୍ୟାର ଶିକାର ଯୁବକ ମୁକୁଲଙ୍କ ଦେହରେ ଗୁଳି ଚିହ୍ନ ଠାବ କରାଯାଇଛି । ଘୋଷାଡିବା ପୂର୍ବରୁ ମୁକୁଲଙ୍କୁ ଗୁଳି ହୋଇଛି ନା ପରେ ଗୁଳି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ରାସ୍ତାରେ ଘଷି ହୋଇ ମୁକୁଲଙ୍କ ଗୋଟିଏ ଗୋଡ ସଂପୂର୍ଣ୍ଣ ଛିଡି ଯାଇଛି । ମୁହଁ, ମୁଣ୍ଡ ରାମ୍ପି ବିଦାରି ହୋଇଯିବା ସହ ରକ୍ତ ଜୁଡୁବୁଡୁ ହୋଇଛି । ମୃତଦେହ ସହ ୧୫ କିମି ରାସ୍ତାରେ ରକ୍ତ ଛିଟା ଠାବ କରିଛି ପୋଲିସ ।