ହସ୍ପିଟାଲରେ ନିଆଁ ଲାଗି ୧୦ ଶିଶୁ ମୃତ

ହସ୍ପିଟାଲରେ ନିଆଁ ଲାଗି ୧୦ ଶିଶୁ ମୃତ

ହସ୍ପିଟାଲରେ ନିଆଁ ଲାଗି ୧୦ ଶିଶୁ ମୃତ
ମୁମ୍ବାଇ:ମହାରାଷ୍ଟ୍ରର ଏକ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣ ଶିଶୁ ମୃତୁ୍ୟବରଣ କରିଛନ୍ତି । ପ୍ରବଳ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୧୦ ଶିଶୁଙ୍କ ମୃତୁ୍ୟ ଘଟିଛି । ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ୱାର୍ଡରେ ୧୭ ଜଣ ଶିଶୁ ହିଁ ଥିଲେ । ଆଉ ୭ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତରାତି ପ୍ରାୟ ୨ଟା ସମୟରେ ଉକ୍ତ ଡାକ୍ତରଖାନାରେ ନିଆଁ ଲାଗିଥିଲା। ନିଆଁ ଲାଗିବା ସମୟରେ ଓ୍ଵାର୍ଡରେ ୧୭ଜଣ ଶିଶୁ ଚିକିତ୍ସାଧୀନ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏ କଥା ଗଣମାଧ୍ୟମକୁ ଡାକ୍ତରଖାନାର ସିଭିଲ୍‌ ସର୍ଜନ୍‌ ପ୍ରମୋଦ ଖଣ୍ଡାତେ ଜଣାଇଥିବା କୁହାଯାଉଛି।