ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ‘ବିକ୍ରମ’କୁ ‘ନାସା’ ହ୍ୟାଲୋ ମେସଜ ପଠାଇଛି । ‘ନାସା’ର ଡିପ ସ୍ପେଶ ଆଣ୍ଟିନା ଏହି ହ୍ୟାଲୋ ମେସେଜ ପଠାଇଛି । ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ସହ ନାସାର ବି ଉଦ୍ୟମ ଜାରି ରହିଛି । ଚନ୍ଦ୍ରୟାନ-୨ ମିଶନର ଶେଷ ସୋପାନରେ ବିକ୍ରମ ବିଚ୍ଛିନ୍ନ ହୋଇଥିଲା । ଚନ୍ଦ୍ରପୃଷ୍ଠରୁ ୨.୧ କିମି ବାକି ଥିବାବେଳେ ବିଚ୍ଛିନ୍ନ ହୋଇଯାଇଥିଲା । ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ ପରିବର୍ତ୍ତେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ନଷ୍ଟ ହୋଇନଥିବା ବିକ୍ରମ ସହ ଯୋଗଯୋଗ ପାଇଁ ଉଦ୍ୟମ ଜାରି ରହିଛି । ଚନ୍ଦ୍ରଯାନ-୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପଠାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରିନଥିଲା । ପୂର୍ବ ନର୍ଦ୍ଧାରିତ ସମୟର ଅଳ୍ପ କିଛି ମିନିଟ ପୂର୍ବରୁ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଥିଲା । ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରରିଥିଲେ ପ୍ରଜ୍ଞାନ ସେଥିରୁ ବାହାରି ଥାନ୍ତା । ଏହା ଚନ୍ଦ୍ରପୃଷ୍ଠର ଅଧ୍ୟକ୍ଷନ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ତଥ୍ୟ ପଠାଇଥାନ୍ତା ।