ଯାହାକୁ ମନପ୍ରାଣ ଦେଇ ଭଲ ପାଉଥିଲା ତାରି ତଂଟି କାଟିଦେଲା

ଯାହାକୁ ମନପ୍ରାଣ ଦେଇ ଭଲ ପାଉଥିଲା ତାରି ତଂଟି କାଟିଦେଲା

ଯାହାକୁ ମନପ୍ରାଣ ଦେଇ ଭଲ ପାଉଥିଲା ତାରି ତଂଟି କାଟିଦେଲା
ଭୁବନେଶ୍ୱର : ଯାହାକୁ ମନପ୍ରାଣ ଦେଇ ଭଲ ପାଉଥିଲା ତାରି ତଂଟି କାଟିଦେଲା । ପ୍ରେମିକକୁ ଗଳା କାଟି ନିର୍ମମ ଭାବେ ହତ୍ୟା କରିଦେଲା । ପ୍ରଥମେ ଛୁରୀରେ ଗଳା କାଟିଦେବା ପରେ ମୁଣ୍ଡକୁ ଛେଚି ଦେଇ ଶବ ଫିଙ୍ଗି ପଳାଇ ଯାଇଥିଲା । ତେବେ ସତ କେବେ ଲୁଚିରହେନା । ପୁଲିସ ଘଟଣାର ତନାଘନା କରି ଏବେ ପ୍ରେମିକାକୁ ଗିରଫ କରିଛି । ସୂଚନାଯୋଗ୍ୟଯେ, କଳହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବୋଡେ଼ନ ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ହୁଡ଼ା ପାଶ୍ୱର୍ରୁ କିଛିଦିନ ତଳେ ଜଣେ ଯୁବକଙ୍କ ମୃତୁ ଦେହ ଉଦ୍ଧାର କରାଯାଇଥିଲା । ବଡ଼ଘୁମର ଗାଁର ନୀଳନିଧି ସୁନାନୀଙ୍କୁ ଗଳାକାଟି ହତ୍ୟା ଘଟଣାରେ ପୁଲିସ ଛାନଭିନ କରିଥିଲା । ପ୍ରଥମେ ଯୁବକଙ୍କ ପ୍ରେମିକାଙ୍କୁ ସନେ୍ଦହ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲାଯେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ତେବେ ଟଙ୍କା ଦେଣ ନେଣକୁ ନେଇ ବିବାଦ ହେବା ପରେ ପ୍ରେମିକା ଜଣକ ଛୁରୀରେ ପ୍ରେମିକଙ୍କ ବେକ କାଟି ଦେଇଥିଲା । ପରେ ମୁଣ୍ଡକୁ ଛେଚି ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ୱୀକାର କରିଛି । ହତ୍ୟାରେ ବ୍ୟବହୃତ ଛୁରୀ ସହ ମୋବାଇଲ ଫୋନ ଓ ୧୫ ଗ୍ରାମର ସୁନା ଜବତ କରାଯାଇଛି ବୋଲି କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି ।