କଳାହାଣ୍ଡିରେ ସର୍ବାଧିକ ‘କାଳିଆ’ ଅଯୋଗ୍ୟ

କଳାହାଣ୍ଡିରେ ସର୍ବାଧିକ ‘କାଳିଆ’ ଅଯୋଗ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ କାଳିଆ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ବୁଧବାର ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇ ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ କାଳିଆ କିସ୍ତି ମୋଟ ୫୧ ଲକ୍ଷ ୫୨୯୦ ଜଣ ହିତାଧିକାରୀ ପାଇଛନ୍ତି । ୫୧,୦୫, ୨୯୦ରୁ ୪୫, ୯୬୫ ଜଣ ହିତାଧିକାରୀ ଅଯୋଗ୍ୟ । କଳାହାଣ୍ଡିରେ ସର୍ବାଧିକ ଓ ଦେବଗଡ଼ରେ ସର୍ବନିମ୍ନ ଅଯୋଗ୍ୟ ଚିହ୍ନଟ ହୋଇଥିବା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।