ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ

ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ

ସଂସ୍କୃତି ମନ୍ତ୍ରୀଙ୍କ ନାଁରେ ସଂଗୀନ ଅଭିଯୋଗ
ଭୁବନେଶ୍ୱର: ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମରେ ଆସିଛି ଏକ ସଂଗୀନ ଅଭିଯୋଗ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ । ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ରୋଡ ସୋ’ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସରକାରୀ ଅର୍ଥରେ ହାଇଦ୍ରାବାଦ ଯାଇଥିଲେ । ତେବେ ମନ୍ତ୍ରୀ ସାଥିରେ ୨ ଜଣ ମହିଳାଙ୍କୁ ନେଇଥିଲେ । ସମ୍ପୃକ୍ତ ୨ ଜଣ ମହିଳାଙ୍କ ବିମାନ ଓ ହୋଟେଲ ବାବଦକୁ ଖର୍ଚ୍ଚ ମନ୍ତ୍ରୀ ଶ୍ରୀ ସାହୁ ସରକାରୀ ଅର୍ଥରେ ଖର୍ଚ୍ଚ କରିଛନ୍ତି । ମନ୍ତ୍ରୀଙ୍କ ସହ ଯାଇଥିବା ସେହି ୨ ମହିଳା କିଏ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କିଭଳି ସରକାରୀ ଅର୍ଥ ଖର୍ଚ୍ଚ କଲେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ତେବେ ସତ୍ୟପ୍ରକାଶଙ୍କ ଏଭଳି ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଖଣ୍ଡନ କରିବା ସହ ଏହାକୁ ମିଛ ବୋଲି କହିଛନ୍ତି ।