ଟ୍ରକ୍ ଦୁର୍ଘଟଣାରେ ୧ମୃତ ୨ ଗୁରୁତର

ଟ୍ରକ୍ ଦୁର୍ଘଟଣାରେ ୧ମୃତ ୨ ଗୁରୁତର

ଟ୍ରକ୍ ଦୁର୍ଘଟଣାରେ  ୧ମୃତ ୨ ଗୁରୁତର
ଦ୍ୱାରଶୁଣି : ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଶୁକ୍ରବାର ଭୋର ୩ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ନାଗପୁରରୁ କୋଲକାତା ଅଭିମୁଖେ ଯାଉଥିବା ଏକ ଟ୍ରକ ବ୍ରେକ ଫେଲ୍‍ କାରଣରୁ ଘାଟିର ସାମ୍ମନା ପଟୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଅନ୍ୟ ଏକ ଚାଳକକୁ ଓ ହେଲପରକୁ ଉଦ୍ଧାର କରି ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁମେଡ଼ିକାଲକୁ ପଠାଯାଇଛି। ଏହାସହ ମୃତ ଚାଳକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ମେଡ଼ିକାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ୨ ଟ୍ରକକୁ ରାସ୍ତା କଡ଼କୁ ଅଣାଯିବାରୁ ଏହି ସମୟରେ ପ୍ରାୟ ୫ ଘଣ୍ଟା ଧରି ରାସ୍ତା ବନ୍ଦ ଥିଲା। ରାସ୍ତାର ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଥିଲା।