ସେଫ୍ଟି ଟାଙ୍କିରୁ ଯୁବକଙ୍କ କଙ୍କାଳ ଉଦ୍ଧାର, ପତ୍ନୀ ଓ ଶଳା ଗିରଫ

ସେଫ୍ଟି ଟାଙ୍କିରୁ ଯୁବକଙ୍କ କଙ୍କାଳ ଉଦ୍ଧାର, ପତ୍ନୀ ଓ ଶଳା ଗିରଫ

ସେଫ୍ଟି ଟାଙ୍କିରୁ ଯୁବକଙ୍କ କଙ୍କାଳ ଉଦ୍ଧାର, ପତ୍ନୀ ଓ ଶଳା ଗିରଫ

ଝାରସୁଗୁଡ଼ା : ଦୁଇ ବର୍ଷ ପରେ ଫିଟିଲା ହତ୍ୟାକାଣ୍ଡର ରହସ୍ୟ। ପତ୍ନୀ ଓ ଶଳା କରିଥିଲେ ହତ୍ୟା। ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼। ମୃତକ ଜଣଙ୍କ ସୁନ୍ଦରଗଡ଼ ଲହୁଣୀପଡ଼ାର ଆମତାପାଳି ଡମ୍ବରୁଧର ପାତ୍ର। ସ୍ତ୍ରୀ ଓ ଶଳାଙ୍କୁ ଗିରଫ କରିଛି ପୁଲିସ।

ସୂଚନାନୁଯାୟୀ, ୨୦୨୦ ମସିହା ଜୁନ ୧୬ ତାରିଖ ହୋଇଥିବା ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ପାଇଖାନା ସେଫ୍ଟି ଟାଙ୍କିରୁ ଉଦ୍ଧାର କରିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଳି ପୋଲିସ କ୍ଷ ଯୁବକ ଜଣକ ସୁନ୍ଦରଗଡ଼ ଲହୁଣୀପଡ଼ାର ଆମତାପାଳି ଡମ୍ବରୁଧର ପାତ୍ର ବୋଲି ପୋଲିସ ସୂଚନା ଦେଇଛି କ୍ଷ ଡମ୍ବରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଦର ନାୟକ ହତ୍ୟା କରିଥିବା ଜଣାପଡିଛି କ୍ଷ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛ। ଅଭିଯୁକ୍ତ ଦ୍ଵୟ ଡମ୍ବରୁଧରଙ୍କୁ ହତ୍ୟା କରି ବନ୍ଧବାହାଲ ସ୍ଥିତ ତାଙ୍କ ଘର ପାଇଖାନାର ସେଫ୍ଟି ଟାଙ୍କିରେ ପୋତିଦେଇଥିଲେ। ଦୁଇବର୍ଷ ପରେ ପୋଲିସ ସେଫଟି ଟାଙ୍କି ଖୋଳି ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିଛି। ସ୍ତ୍ରୀ ଓ ଶଳାଙ୍କୁ ଗିରଫ କରିଛି ପୁଲିସ।