ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ

ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ

ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ଜୟନ୍ତୀରେ କଟକ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନେତାଜୀଙ୍କ ଜନ୍ମପୀଠ ତଥା ନେତାଜୀ ମ୍ୟୁଜିୟମ ଯାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏଥିପାଇଁ କଟକ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁୟତନ ହେବେ। ସନ୍‌ସାଇନ୍‌ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପାଇଁ ହେଲିପ୍ୟାଡ୍‌ ନିର୍ମାଣ ହୋଇଛି ।

ସେଠାରେ ସକାଳ ୧୦ଟା ୧୫ରେ ମୁଖମନ୍ତ୍ରୀ ହେଲିକପ୍ଟର ଯୋଗେ ପହଞ୍ଚିବେ । ଏହାପରେ ସେ କାର୍‌ରେ ଓଡ଼ିଆବଜାର ସ୍ଥିତ ନେତାଜୀ ମ୍ୟୁଜିୟମରେ ପ୍ରାୟ ୧୦ଟା ୨୫ରୁ ୩୦ରେ ପହଞ୍ଚିବେ । ସେଠାରେ ସେ ମାଲ୍ୟାର୍ପଣ ପରେ କିଛି ମିନିଟ୍‌ ରହି ପୁଣି ୧୦ଟା ୩୫ରେ ହେଲିପ୍ୟାଡ୍‌ ଅଭିମୁଖେ ବାହାରିବେ । ୧୦ଟା ୪୫ରୁ ୧୧ଟା ଭିତରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୁଣି ନବୀନ ନିବାସ ଫେରିଯିବେ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ପ୍ରମୁଖ ଜନ୍ମପୀଠ ଆସି ମାଲ୍ୟାର୍ପଣ କରିବାର କାର୍ୟ୍ୟକ୍ରମ ରହିଛି ।