ସୁବାସ ସିଂହଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଲା

ସୁବାସ ସିଂହଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଲା

ସୁବାସ ସିଂହଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଲା
ଭୁବନେଶ୍ୱର : ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହଙ୍କ ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଗତ ସରକାର ସମୟରେ ଶ୍ରୀ ସିଂହ ଏକ ପଦବିରେ ଥିଲା ବେଳେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଉଥିଲେ । ନୂଆ ସରକାର ଆସିଲା ପରେ ତାଙ୍କୁ ବୋଡର଼୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ବି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇନଥିଲା । ଗତ ୧୫ ତାରିଖରେ ଶ୍ରମ ବିଭାଗ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି, ନିର୍ମାଣ ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନାରେ ଓଡ଼ିଶା ସମଗ୍ର ଦେଶରେ ଏକ ଆଗୁଆ ରାଜ୍ୟରେ ପରିଣତ ହୋଇଛି । ଆଜି ସୁଦ୍ଧା ପ୍ରାୟ ଏକ କୋଟି ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହୋଇପାରିଛନ୍ତି । ଆନ୍ତର୍ଜାତିକ ଶ୍ରମିକ ସଂଗଠନ ସହାୟତାରେ ମୁଖ୍ୟମନ୍ତ୍ରୀ ସବୁ ସ୍ତରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହ ଶ୍ରମ ବିଭାଗକୁ ଅଧିକ କି୍ରୟା ଶୀଳ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପ୍ରତି ୩ ମାସରେ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଉଛି । ପ୍ରତି ବର୍ଷ ଦୁଇ ଥର ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ପ୍ରମୁଖ ଏଜେଣ୍ଡା ରଖାଯାଇ ଯୋଜନାକୁ ସଫଳ କରିବା ପାଇଁ ପ୍ରୟାସ ଜାରି ରହିଛି । ୩୦ଟି ଜିଲ୍ଲାରେ ଅନ୍ଲାଇନ ମାଧ୍ୟମରେ ପଞ୍ଜିକୃତ ଓ ସହାୟତା ପ୍ରଦାନ କରାଯାଉଛି । ୫-ଟି ଜରିଆରେ ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଓ ଅଧିକ କି୍ରୟାଶୀଳ କରିବାରେ ଶ୍ରମ ବିଭାଗ ପୁରା ଦମ୍ରେ କାମ କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି ।