ଫନି ପ୍ରଭାବିତ ୧୪ ଜିଲ୍ଲାରେ ୧୨ ଲକ୍ଷ ପରିବାରକୁ ମିଳିବ ଘର
ଫନି ପ୍ରଭାବିତ ୧୪ ଜିଲ୍ଲାରେ ୧୨ ଲକ୍ଷ ପରିବାରକୁ ମିଳିବ ଘର
admin
Oct 18, 2019 - 05:48
Updated: Oct 18, 2019 - 05:48
ଖୁବଶୀଘ୍ର ହିତାଧିକାରୀଙ୍କୁ ଘର ତିଆରି ଅର୍ଥ ପ୍ରଦାନ ଲାଗି ଆରମ୍ଭ ହେବ ଆପ୍
କେନ୍ଦ୍ରକୁ ପଠାଗଲା ହିତାଧିକାରୀଙ୍କ ତାଲିକା
ଭୁବନେଶ୍ୱର : ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୨ ଲକ୍ଷ ୭୫ ହଜାର କ୍ଷତିଗ୍ରସ୍ତ ପରିବାରକୁ ବାସଗୃହ ଯାଗାଇଦିଆଯିବ । ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ତାଲିକା ପଠାଇଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ ଅର୍ଥ ପ୍ରଦାନ କରାଯିବ । ଆଜି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏପରି ନିଷ୍ପତ୍ତି ହୋଇଛି । କୌତୁହଳର କଥା ହେଉଛି, ଅବଶିଷ୍ଟ ୧୬ଟି ଜିଲ୍ଲାରେ ୧୦ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲେ ବି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହାଇଥିବା ଆପ୍ ବ୍ଲକ ହୋଇଥିବାରୁ ସେସବୁ ହିତାଧିକାରୀଙ୍କ ଫଟୋ କେନ୍ଦ୍ର ସରକାରଙ୍କୁ ପଠାଯାଇପାରୁନି ।
ସମୀକ୍ଷା ବୈଠକରୁ ଜଣାପଡ଼ିଛି, ବିଜୁ ପକ୍କାଘର ଯୋଜନାରେ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ଯୋଜନାରେ ୮ ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଥିବା ୨୧ ହଜାର ଘରକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଥିଲେ । ଏ ନେଇ ପ୍ରତି ସପ୍ତାହରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ । ଘର ସମ୍ପୂର୍ଣ୍ଣ ହେବା ପରେ ହିତାଧିକାରୀମାନେ ସେମାନଙ୍କ ଘରର ଫଟୋ ସହିତ ଅନ୍ୟାନ୍ୟ ସୂଚନା ଆପରେ ଅପଲୋଡ଼ କରିବେ । ଆପ୍ ଜରିଆରେ ହିତାଧିକାରୀଙ୍କୁ ବିଲ୍ ପ୍ରଦାନର ସମସ୍ତ ସୂଚନା ପ୍ରଦାନ କରାଯିବ । ଘର ତିଆରି ବାବଦ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତକୁ ସିଧାସଳଖ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ୫’ଟି' ଆଧାରରେ ଏହି ପକ୍କାଘର ଯୋଜନା କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ ।
ଆମ ଗାଁ ଆମ ବିକାଶ, ଗ୍ରାମୀଣ ସଡ଼କ ଓ ସେତୁ ନିର୍ମାଣ ଓ ରୋଜଗାର, ଗ୍ରମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍, ବିଜୁ ପକ୍କାଘର ଯୋଜନାରେ ୨୦୧୯-୨୦ରେ ବର୍ତ୍ତମାନର ସ୍ଥିତି ଏବଂ ରୁର୍ବାନ୍ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ । ଆମ ଗାଁ ଆମ ବିକାଶ ଯୋଜନାରେ ଯେତେ ପ୍ରକଳ୍ପ ହାତକୁ ନିଆଯାଇଛି ତାହାକୁ ତୁରନ୍ତ ସାରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏହାସହିତ ଏହି ଯୋଜନାରେ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନଥିବା ତଥ୍ୟ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ସଂଗ୍ରହକରି ରିପୋର୍ଟ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାସହିତ ଚତୁର୍ଦ୍ଧଶ ଅର୍ଥ କମିସନ ଓ ଚତୁର୍ଥ ରାଜ୍ୟ ଅର୍ଥ କମିସନ ସୁପାରିସ ଆଧାରରେ ଯେଉଁସବୁ ପ୍ରକଳ୍ପ ଗ୍ରହଣ କରାଯାଇଛି, ସେସବୁ ପ୍ରକଳ୍ପଗୁଡ଼ିକର ମନ୍ତ୍ରୀ ସମୀକ୍ଷା କରିଥିଲେ । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ପଞ୍ଚାୟତିରାଜ ନିଦେ୍ର୍ଧଶକ ପ୍ରତାପ ଚନ୍ଦ୍ର ଦାସ, ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ରାଜେଶ ପ୍ରଭାକର ପାଟିଲ ଏବଂ ସ୍ୱତନ୍ତ୍ର ସଚିବ ଏସ.ଏନ.ଦାଶଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।