ସୁନ୍ଦରଗଡ଼ରେ ପାଣ୍ଡିଆନ

ସୁନ୍ଦରଗଡ଼ରେ ପାଣ୍ଡିଆନ

ସୁନ୍ଦରଗଡ଼ରେ ପାଣ୍ଡିଆନ
ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ପାଣ୍ଡିଆନ୍ ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ବୁଲିବା ସହ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି । ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ । ତେବେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀସ୍ତରରେ ତତ୍ପରତା ଦେଖାଦେଇଛି । ଗତ ୪ରୁ ୫ ଦିନ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ୫-ଟି ସଚିବ ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ୫-ଟି ସଚିବ ।