କାରକୁ ପିଟିଲା ଟ୍ରକ, ୫ ଗୁରୁତର

କାରକୁ ପିଟିଲା ଟ୍ରକ, ୫ ଗୁରୁତର

କାରକୁ ପିଟିଲା ଟ୍ରକ, ୫ ଗୁରୁତର
ଭଦ୍ରକ: ଜାତୀୟ ରାଜପଥ ୧୬ ଭଣ୍ଡାରିପୋଖରି ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ଏକ ପରିବାର ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସପରିବାର ଜଗନ୍ନାଥଙ୍କ ଦର୍ଶନ ସାରି ଏକ କାର ଯୋଗେ ପଶ୍ଚିମବଙ୍ଗ ଫେରୁଥିବା ସମୟରେ ଭଣ୍ଡାରିପୋଖରି ଏନ୍‍ଏଚ୍‍ ୧୬ ନିକଟସ୍ତ ଦମକଳ କେନ୍ଦ୍ର ପାଖରେ ଏକ ଆଳୁ ବୋଝେଇ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସସସ୍ତ ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଗୁରୁତର ସମସ୍ତ ୫ ଜଣ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।