ଜୁଇରୁ ଉଠିଲା ଶବ: ଅବିଶ୍ୱାସ ଲାଗୁଥିଲେ ବି ସତ, ଜାଣନ୍ତୁ ପୂରା ଘଟଣା

ଜୁଇରୁ ଉଠିଲା ଶବ: ଅବିଶ୍ୱାସ ଲାଗୁଥିଲେ ବି ସତ, ଜାଣନ୍ତୁ ପୂରା ଘଟଣା

ଜୁଇରୁ ଉଠିଲା ଶବ: ଅବିଶ୍ୱାସ ଲାଗୁଥିଲେ ବି ସତ, ଜାଣନ୍ତୁ ପୂରା ଘଟଣା
ଭଞ୍ଜନଗର: ମୃତ ଭାବି ଜୁଇରେ ପୋଡ଼ିଲା ବେଳେ ଜଣେ ବ୍ୟକ୍ତି ଉଠିପଡ଼ିବା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସୋରଡ଼ା ବ୍ଲକ ହରିପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ଗତକାଲି ଗ୍ରାମର ସୀମାଞ୍ଚଳ ସାହୁ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି କରିବା ପରେ ସେ ବିଲରେ ପଡ଼ିଥିବାବେଳେ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ମୃତୁ୍ୟ ହୋଇଥିବା ଭାବି ଲୋକେ ତାଙ୍କୁ ଶ୍ମଶାନରେ ପୋଡ଼ୁଥିବାବେଳେ ସୀମାଞ୍ଚଳ ଜୁଇ ଉପରେ ଉଠି ବସିଥିଲେ । ତୁରନ୍ତ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।