୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
admin
Oct 14, 2019 - 04:47
Updated: Oct 14, 2019 - 04:47
ସୁନ୍ଦରଗଡ଼: ଆଜି ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ। ଗତକାଲି ନିଲମ୍ବିତ ହୋଇଥିବା ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କଙ୍କ ସପକ୍ଷରେ ବାହାରିଛି ବିଜେପି। ଏହି ସମୟରେ ସହରରେ ଥିବା ସମସ୍ତ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଏଥିସହ ଯାନବାହନ ଚଳାଚଳ ସ୍ୱାଭାବିକ ଭାବେ ଚାଲିଛି।
‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ଗତକାଲି ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ସପକ୍ଷରେ ବାହାରିଛି ବିଜେପି। 5-T ସଚିବଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଜେପି ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ।
ସୂଚନାଥାଉକି, 5-T ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ପାଣ୍ଡିଆନ ମୋ ସରକାର ଯୋଜନାର କାର୍ଯ୍ୟକାରିତା ତଦାରଖ କରିଥିଲେ। କିନ୍ତୁ ଡାକ୍ତରଖାନାରେ ଖାଇବାକୁ ମିଳୁନଥିବା ସହ ରକ୍ତ ପରୀକ୍ଷା ନିଜ ଖର୍ଚ୍ଚରେ ବାହାରେ କରିବାକୁ ପଡ଼ୁଥିବା ରୋଗୀମାନେ ଅଭିଯୋଗ କରିଥିଲେ। ଏହାପରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ସସ୍ପେଣ୍ଡ କରାଯିବା ସହ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।