ସାପ କାମୁଡ଼ାରେ ନାବାଳିକା ମୃତ

ସାପ କାମୁଡ଼ାରେ ନାବାଳିକା ମୃତ

ସାପ କାମୁଡ଼ାରେ ନାବାଳିକା ମୃତ
ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ହଳଦୀକୁଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହଳଦୀକୁଦର ଗ୍ରାମରେ ରବିବାର ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା ହେଲେ ଦାନସାର ମୁଣ୍ଡାଙ୍କ ଝିଅ ଅନିତା ମୁଣ୍ଡା (୫)। ଶନିବାର ରାତିରେ ଅନିତା ଶୋଇଥିଲେ। ମାତ୍ର ଭୋର ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଛି ବୋଲି ସେ ନିଜ ବାପା ମା’ଙ୍କୁ ଜଣାଇଥିଲା। ଧିରେ ଧିରେ ଅନିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।