ସିମରନଜିତ କୌରଙ୍କୁ ପଞ୍ଜାବ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର

ସିମରନଜିତ କୌରଙ୍କୁ ପଞ୍ଜାବ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର

ସିମରନଜିତ କୌରଙ୍କୁ ପଞ୍ଜାବ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର
ନୂଆଦିଲ୍ଲୀ :ପଞ୍ଜାବର ପ୍ରଥମ ମହିଳା ବକ୍ସର ଭାବରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ସିମରନଜିତ କୌରଙ୍କୁ ପଞ୍ଜାବ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପଞ୍ଜାବର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ରାଣା ଗୁରମିତ ସିଂ ସୋଧୀ ସିମରନଜିତଙ୍କ ମାଙ୍କୁ ଏହି ଚେକ ପ୍ରଦାନ କରିଛନ୍ତି । ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିମରନଜିତଙ୍କୁ ଭେଟିବା ପରେ ଏହି ପୁରସ୍କାର ରାଶି ଘୋଷଣା କରିଥିଲେ । ଏହା ସହିତ ସିମରନଜିତଙ୍କ ଟୋକିଓ ପ୍ରସ୍ତୁତିର ସମସ୍ତ ଖର୍ଚ୍ଚ ପଞ୍ଜାବ ସରକାର ବହନ କରିବାକୁ ଯାଉଛନ୍ତି । ସିମରନଜିତ ପ୍ରଥମ ପଞ୍ଜାବ ବକ୍ସର ଭାବରେ ୨୦୧୩ ଜୁନିୟର ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତିତ ୨୦୧୮ ବିଶ୍ୱ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ଏବଂ ୨୦୧୯ ଏସିଆନ ବକ୍ସିଂ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଥିଲେ ।