ଟୋକିଓ ଅଲିମ୍ପିକ ପାଇଁ ହକି ଟିମର ଭାଇସ୍ କ୍ୟାପଟେନ୍ ହେଲେ ବୀରେନ୍ଦ୍ର ଲାକ୍ରା

ଟୋକିଓ ଅଲିମ୍ପିକ ପାଇଁ ହକି ଟିମର ଭାଇସ୍ କ୍ୟାପଟେନ୍ ହେଲେ ବୀରେନ୍ଦ୍ର ଲାକ୍ରା

ଟୋକିଓ ଅଲିମ୍ପିକ ପାଇଁ ହକି ଟିମର ଭାଇସ୍ କ୍ୟାପଟେନ୍ ହେଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ପାଇଁ ହକି ଟିମର ଭାଇସ୍ କ୍ୟାପଟେନ୍ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଲାକ୍ରାଙ୍କୁ ଭାରତୀୟ ପୁରୁଷ ହକି ଦଳର ଭାଇସ୍ କ୍ୟାପଟେନ୍ ଭାବେ ଦାୟିତ୍ୱ ଦିଆଯାଇଛି । ହରମନପ୍ରୀତ ସିଂହ ଓ ବୀରେନ୍ଦ୍ର ଲାକ୍ରା ମିଳିତ ଭାବେ ଭାଇସ୍ କ୍ୟାପଟେନର ଦାୟିତ୍ୱ ସମ୍ଭାଳିବେ । ତେବେ ମନପ୍ରୀତ ସିଂହଙ୍କୁ ପୁରୁଷ ହକି ଦଳର ଅଧିନାୟକ ଭାବେ ଦାୟିତ୍ୱ ମିଳିଛି ।

ଗତକାଲି ଦୀପଗ୍ରେସ ମହିଳା ହକି ଦଳର ଭାଇସ୍ କ୍ୟାପଟେନ୍ ହୋଇଥିଲେ । ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପଗ୍ରେସ୍ ଏକ୍କା ଭାଇସ୍ କ୍ୟାପଟେନର ଦାୟିତ୍ୱ ସମ୍ଭାଳିବେ । ଜଣେ ଦକ୍ଷ ଡିଫେଣ୍ଡର୍ ଭାବେ ଦଳରେ ତାଙ୍କର ସ୍ଥାନ ସ୍ୱତନ୍ତ୍ର ରହିଛି । ତେବେ ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତିି ପ୍ରସ୍ତୁତି ।