ମୋଦିଙ୍କ ବିରୋଧରେ ଅପପ୍ରଚାର ଚଳାଇଛି ଫେସବୁକ ଇଣ୍ଡିଆ

ମୋଦିଙ୍କ ବିରୋଧରେ ଅପପ୍ରଚାର ଚଳାଇଛି ଫେସବୁକ ଇଣ୍ଡିଆ

ମୋଦିଙ୍କ ବିରୋଧରେ ଅପପ୍ରଚାର ଚଳାଇଛି ଫେସବୁକ ଇଣ୍ଡିଆ
ନୂଆଦିଲ୍ଲୀ : ଫେସବୁକ ବିଜେପି ହାତର କଣ୍ଢେଇ ବୋଲି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଏକ ଚିଠି ଆଲୋଡନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର ଅଭିଯୋଗ ନେଇ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଛନ୍ତି । ଫେସବୁକରେ ରାଜନୈତିକ ପାତର ଅନ୍ତର କରାଯାଉଥିବାର ଅଭିଯୋଗ ନେଇ ରବିଶଙ୍କର ଜୁକରବର୍ଗଙ୍କୁ ଚିଠି ଲେଖିଛନ୍ତି । ଫେସବୁକ ଇଣ୍ଡିଆର କିଛି ଅଧିକାରୀ ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଅପଶବ୍ଦ ବ୍ୟବହାର କରିଛନ୍ତି । ଆପଣ ସର୍ବଦା ବିଶ୍ୱକୁ ଏକତ୍ରିତ ରଖିବା ସମ୍ପର୍କରେ ଆଲୋଚନା କରିଥାନ୍ତି । ତେବେ ବିଗତ କିଛି ମାସ ମଧ୍ୟରେ ଫେସବୁକ ଇଣ୍ଡିଆର କିଛି କର୍ମଚାରୀ ଏହାର ନିୟମିତ ଉଲ୍ଲଂଘନ କରି ଆସିଛନ୍ତି । ୨୦୧୯ ନିର୍ବାଚନ ପରଠାରୁ ଭାରତରେ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫେସବୁକ ଇଣ୍ଡିଆର ଏକାଧିକ ବରିଷ୍ଠ ନିୟମିତ ଭାବରେ ମୋଦି ଏବଂ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏ ନେଇ ଫେସବୁକ ଇଣ୍ଡିଆକୁ ଡଜନେରୁ ଅଧିକ ମେଲ ପଠାଇଥିଲେ ମଧ୍ୟ କୌଣସି ଉତ୍ତର ମିଳୁନଥିବା ପ୍ରସାଦ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫେସବୁକ ଜିଓରେ ନିବେଶ କରିବା ପରଠାରୁ ଫେସବୁକ ବିଜେପି ହାତର କଣ୍ଢେଇ ଭାବରେ କାର୍ଯ୍ୟ କରୁଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ବିଜେପି ପକ୍ଷରୁ ଅଭିଯୋଗ ପରେ ଫେସବୁକର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।