ସାମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ଯିବେ କପିଲ ସିବଲ
ସାମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ଯିବେ କପିଲ ସିବଲ

ଲକ୍ଷ୍ନୌ: କଂଗ୍ରେସକୁ ପୁଣି ଲାଗିଛି ଝଟକା। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଥିସହ ସିବଲ ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ଭାବେ ରାଜ୍ୟସଭା ପାଇଁ ଦାଖଲ କରିଛନ୍ତି ନାମାଙ୍କନପତ୍ର । ବୁଧବାର ଲକ୍ଷ୍ନୌରେ କପିଲ ସିବଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ବେଳେ ତାଙ୍କ ସହ ଅଖିଳେଶ ଯାଦବ ଓ ରାମଗୋପାଳ ଯାଦବ ଉପସ୍ଥିତ ଥିଲେ ।
ମେ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି କପିଲ ସିବଲ । ସେ କହିଛନ୍ତି, ସଂସଦରେ ସ୍ୱତନ୍ତ୍ର ସ୍ୱର ଉଠିବା ଆବଶ୍ୟକ । ଯଦି ସେହି ସ୍ୱତନ୍ତ୍ର ସ୍ୱର କଥା କୁହେ ତ ଲୋକ ମାନିବେ ୟେ କୌଣସି ରାଜନୈତିକ ଦଳର ନୁହନ୍ତି ।
କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ଗୋଷ୍ଠୀରେ ଥିଲେ କପିଲ ସିବଲ । ଦଳର ଶୀର୍ଷ ନେତୃତ୍ୱ ଓ ସଂଗଠନ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ଆସୁଥିଲେ । ଏପରିକି ଗାନ୍ଧୀ ପରିବାରକୁ ସମାଲୋଚନା କରୁଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ଅଖିଳେଶ ତାଙ୍କୁ ସମାଜବାଦୀ ପାର୍ଟିରେ କୋଳେଇ ନେବା ସହ ରାଜ୍ୟସଭା ଟିକେଟ୍ ଦେଇଛନ୍ତି । କପିଲ ସିବଲଙ୍କ ସହ ସମାଜବାଦୀ ପାର୍ଟି ଅନ୍ୟ ୨ଟି ଆସନରେ ଦଳର ନେତା ଜୟଦେବ ଅଲୀ ଖାନ ଓ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି ।