ସାନିଟାରି ପ୍ୟାଡକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
ସାନିଟାରି ପ୍ୟାଡକୁ ନେଇ ବଡ ଖବର, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଦେଶର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢ଼ୁଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ଼ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବାକୁ ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଡ଼ି.ୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ପି.ଏସ୍. ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଠାରୁ ସହାୟତା ଲୋଡ଼ିଛନ୍ତି । କହିଛନ୍ତି ଛାତ୍ରୀମାନଙ୍କ ପରିମଳ ଓ ସ୍ୱଚ୍ଛତା ଉପରେ ଆବେଦନକାରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ।
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଜାନୁଆରୀରେ ହେବ । ମଧ୍ୟପ୍ରଦେଶର ଜଣେ ମହିଳା ଡ଼ାକ୍ତର ତଥା ସାମାଜିକ କାର୍ଯ୍ୟକର୍ତ୍ତା ଜୟା ଠାକୁର ଏହି ପିଟିସନ ଦଖଲ କରିଛନ୍ତି । ସେଥିରେ ସେ ଅନୁରୋଧ କରିଛନ୍ତି କି, ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ପ୍ୟାଡ଼ ପ୍ରଦାନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ।




admin 