ପଦ୍ମପୁରରେ ସ୍ଥିତି ପରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ପଦ୍ମପୁରରେ ସ୍ଥିତି ପରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ପଦ୍ମପୁର : ପଦ୍ମପୁରରେ ସ୍ଥିତି ପରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଏହି ଅବସରରେ ସେ ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ରହିଛି । ସବୁ ଦିଗକୁ ନେଇ ତର୍ୟ୍ୟମା ଚାଲିଛି । ଖୁବଶୀଘ୍ର ସେସବୁ ଉପରେ ପଦକ୍ଷେପ ନିଆଯିବ । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ସାରିବା ଉପରେ ପ୍ରାଥମିକତା ଦିଆଯାଉଛି।
ପ୍ରକାଶ ଥାଉକି, ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଷ୍ଟାର ପ୍ରଚାରକମାନେ ଭୋଟରଙ୍କ ମନ ଜିଣିବାକୁ ଜୋରଶୋରରେ ପ୍ରଚାର କରୁଛନ୍ତି। ନିର୍ବାଚନକୁ ସୁରଖୁରୁରେ ସାରିବାକୁ କେନ୍ଦ୍ରୀୟ ଫୋର୍ସ ଏବଂ ଓଡ଼ିଶା ପୋଲିସର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଆଉ ଦିନ କେଇଟା ପରେ ପ୍ରଚାର ମଧ୍ୟ ଶେଷ ହୋଇଯିବ।




admin 