ସାଧାରଣତନ୍ତ୍ର ଦିବସ ପରେଡରେ ଉପସ୍ଥିତ ରହିବେ ବୋରିସ ଜନସନ!

ସାଧାରଣତନ୍ତ୍ର ଦିବସ ପରେଡରେ ଉପସ୍ଥିତ ରହିବେ ବୋରିସ ଜନସନ!

ସାଧାରଣତନ୍ତ୍ର ଦିବସ ପରେଡରେ ଉପସ୍ଥିତ ରହିବେ ବୋରିସ ଜନସନ!
ନୂଆଦିଲ୍ଲୀ : ୟୁକେର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ଉପସ୍ଥିତ ରହିପାରନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଜନସନଙ୍କୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି । ଯଦି ଜନସନ ଆମନ୍ତ୍ରଣକୁ ଗ୍ରହଣ କରନ୍ତି ତେବେ ଦୀର୍ଘ ୨୭ ବର୍ଷ ପରେ ଜଣେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ପରେଡ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶେଷ ଥର ପାଇଁ ୧୯୯୩ ମସିହାରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଜନ ମେୟର ଯୋଗ ଦେଇଥିଲେ । ନଭେମ୍ବର ୨୭ରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ କଥାବାର୍ତ୍ତା ଅବସରରେ ମୋଦି ଜନସନଙ୍କୁ ସାଧାରଣତନ୍ତ୍ର ଦିବସ ପାଇଁ ଆମନ୍ତ୍ରଣ ଦେଇଛନ୍ତି । ଆସନ୍ତା ବର୍ଷ ୟୁକେରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦିଙ୍କୁ ଆମନ୍ତ୍ରଣ ଦେବା ପାଇଁ ଜନସନଙ୍କ ପକ୍ଷରୁ ଏହି ଫୋନ କରାଯାଇଥିଲା । ଏ ସମ୍ପର୍କରେ ବ୍ରିଟିଶ ଉଚ୍ଚାୟୁକ୍ତଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ ଭାରତ ଗସ୍ତ ପାଇଁ ଆଗ୍ରହୀ ରହିଥିବା ଜଣାପଡିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଜୁଲାଇରେ ଏକ ବାଣିଜ୍ୟିକ ଚୁକ୍ତି ହୋଇଥିଲା । ଖାଦ୍ୟ, ପାନୀୟ, ଔଷଧ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବସାୟକୁ ଅବାଧମୁକ୍ତ କରିବା ପାଇଁ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ତେବେ ବ୍ରିଟେନ ବର୍ତ୍ତମାନ ୟୁରୋପିଆନ ୟୁନିୟନରୁ ଓହରି ଯାଇଥିବାରୁ ଏହି ରାଜିନାମା ସମ୍ପର୍କରେ ଉଭୟ ନେତୃବୃନ୍ଦ ଆଲୋଚନା କରିବାର ସମ୍ଭାବନା ମଧ୍ୟ ରହିଛି ।