କ୍ଷମା ମାଗିଲେ ବିବେକ ଓବରୟ
କ୍ଷମା ମାଗିଲେ ବିବେକ ଓବରୟ
admin
May 21, 2019 - 08:55
Updated: May 21, 2019 - 08:55
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରି ଏକଜିଟ ପୋଲ ଫଳାଫଳକୁ ଉପହାସ କରିଥିବାରୁ କ୍ଷମା ମାଗିଲେ ବିବେକ ଓବରୟ । ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ ପରେ ଶେଷରେ ଅଭିନେତା ବିବେକ ଓବରୟ ଐଶର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ଆଜି କ୍ଷମା ପ୍ରାର୍ଥନା କରିଛନ୍ତି। ଯଦି ଭାଇରାଲ ହୋଇଥିବା ଫଟୋଟି କାହାକୁ କ୍ଷତି ବା ଆଘାତ ପହଞ୍ଚାଇଛି ସେଥିପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଓବରୟ କହିଛନ୍ତି।
ସୂଚନାଯୋଗ୍ୟଯେ, ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମନ ଖାନ ଏବଂ ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ଫୋଟ ପୋଷ୍ଟ କରି ବିବାଦରେ ଥିଲେ ବିବେକ ଓବରୟ । ବିବେକଙ୍କ ବିରୋଧରେ ଜାତୀୟ ମହିଳା କମିଶନ ନୋଟିସ ଜାରି କରଥିଲା । ନିର୍ବାଚନ ସରିବା ପରେ ବିବେକ ଗୋଟିଏ ଫ୍ରେମରେ ତିନିଟି ଫୋଟ ଛାଡିଥିଲେ । ସଲମନ ଓ ଐଶର୍ଯ୍ୟା ଥିବା ଫଟୋରେ ଓପନିୟନ ପୋଲ ଭାବେ ଦର୍ଶାଇଥିବା ବେଳେ ନିଜ ସହ ଐଶର୍ଯ୍ୟାଙ୍କ ଫଟୋକୁ ଏକଜିଟ ପୋଲ ଏବଂ ଅଭିଶେକ ଓ ଅରାଧ୍ୟାଙ୍କ ସହ ଐଶର୍ଯ୍ୟାଙ୍କ ଫଟୋକୁ ରେଜଲ୍ଟ ବୋଲି ଲେଖି ଏକଜିଟ ପୋଲ ଫଳାଫଳକୁ ଉପହାସ କରିଥିଲେ ବିବେକ ।