ସାଧାରଣ ଜନତାଙ୍କୁ ଡରି ମନ୍ତ୍ରୀ ବଦଳାଇଲେ ରାସ୍ତା

ସାଧାରଣ ଜନତାଙ୍କୁ ଡରି ମନ୍ତ୍ରୀ ବଦଳାଇଲେ ରାସ୍ତା

ସାଧାରଣ ଜନତାଙ୍କୁ ଡରି ମନ୍ତ୍ରୀ ବଦଳାଇଲେ ରାସ୍ତା
ଭୁବନ (ସଂଜୟ କୁମାର ନାୟକ) - ୫ଟି ପ୍ରଭାବରେ ପ୍ରତି ପଚାଂୟତରେ ଜନଅଭିଯୋଗ ଶୁଣାଣୀ କରିବାକୁ ନିର୍ବାଚିତ ପ୍ରତିନିଧି ବ୍ଲକ ତହସିଲ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି । ସରକାରୀ କାର୍ଯ୍ୟକ୍ରମ ଅନୁଯାୟୀ କାମାକ୍ଷାନଗର ବିଧାୟକ ତଥା ଖଣି ମନ୍ତ୍ରୀ ସୁରପ୍ରତାପପୁର ଗ୍ରା.ପ କାର୍ଯ୍ୟାଳୟକୁ ଯାଉଥିଲେ । ଯିବା ବାଟରେ କେତେକ ମହିଳା ପାଣି ପାଇଁ ରାସ୍ତାରେ ବସିଥିଲେ । ଗୁପ୍ତ ଖବର ଜାଣିପାରି ମନ୍ତ୍ରୀ ବାଟ ଭାଙ୍ଗି ଅନ୍ୟ ରାସ୍ତାରେ ଯାଇ ଶହଶହ ଜନତାଙ୍କ ଅଭିଯୋଗ ଶୁଣିଥିଲେ । ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଏକ ଦିନିକିଆକାର୍ଯ୍ୟକ୍ରମରେ ଭୁବନ ବ୍ଲକର ୪ଟି ଗ୍ରାମପଚାଂୟତରେ ଜନଶୁଣାଣୀ କରିଥିଲେ । ପ୍ରଥମେ ମାର୍ଥାପୁର , ପରେ ଯମୁନାକୋଟ ୩ୟରେ ସୁରପ୍ରତାପପୁର ଯାଥିଲେ । ସୁରପ୍ରତାପପୁରରେ ଅପରାହ୍ନ ୨ଟା ରେ ପହଁଚିବାର କାର୍ଯ୍ୟକ୍ରମ ଥିଲା । ସେହି ସମୟକୁ ଅପେକ୍ଷା କରି କେତେକ ବିରୋଧି ମନ୍ତ୍ରୀଙ୍କ ବିରୋଧ କରିବାର ଯୋଜନା କରି ଶ୍ରୀଅରବିନ୍ଦ ବିଦ୍ୟାପିଠ ସମ୍ମୁଖରେ ଗରା ମାଠିଆ ବାଲଟି ଧରି ଟିପିଲେଇ - ସୁରପ୍ରତାପପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଏସଂର୍ପକରେ ଆଗୁଆ ସୂଚନା ପାଇଁ ମନ୍ତ୍ରୀ ଯମୁନାକୋଟ ରୁ ସୁରପ୍ରତାପପୁରକୁ ନବନିର୍ମିତ ରାସ୍ତାରେ ଯାଇଥିଲେ । କାର୍ଯ୍ୟକ୍ରମର ୧.୩୦ ଘଣ୍ଟା ପୂର୍ବରୁ ପହଁଚି ଅପରାହ୍ନ ୧ଟା ବେଳକୁ ପଚାଂୟତ ଛାଡିଥିଲେ । ଫଳରେ ଗରା ମାଠିଆ ଧରି ୨ଟା ବେଳକୁ ଅପେକ୍ଷା କରିଥିବା ମହିଳା ଭକୁଆ ହୋଇ ଫେରିଥିଲେ । ସୂଚନାଯୋଗ୍ୟ ସୁରପ୍ରତାପପୁର ଗ୍ରାମ କୁଣ୍ଡିଗୋଡାର ହାଇସ୍କୁଲ ପଛପାଖ ସାହିରେ ଗ୍ରାମ ବିକାଶ ଯୋଜନାରେ ପାଣି ଟାଙ୍କି ନିର୍ମାଣ ହୋଇଛି ।ସାହି ବାସିନ୍ଦାଙ୍କ ପରିଚାଳନାରେ ଏହି ପାଣି ଟାଙ୍କି ପରିଚାଳିତ ହୋଇଥାଏ । ସାହିର ପଶ୍ଚିମପାଶ୍ୱରେ ମଧ୍ୟ ଏକ ଟାଙ୍କି ନିର୍ମାଣ କରାଯାଇଛି । ସାହି ମଧ୍ୟରେ ପାଇପି ବିଛାଯାଇଛି । ମାସକୁ ମାସ ଟଙ୍କା ଆଦାୟ କରନ୍ତି ବିଦ୍ୟୁତ ବିଲ ଦେବା ନିମନ୍ତେ । ଆଦାୟ ଟଙ୍କାର ପରିଚାଳନା ଠିକଣା ଭାବରେ କରାଯାଉନଥିବାରୁ ମାସ ମାସଧରି ସାହି ବାସିନ୍ଦା ପାଣି ପାଇ ପାରନ୍ତି ନାହିଁ ବୋଲି ଅଭିଯୋଗ କରନ୍ତି । ଏହି ଟାଙ୍କିରେ ବସୁଧା ଲେଖାଯାଇଛି । ଏହା ବ୍ଲକ ପ୍ରଶାସନ ପରିଚାଳନାଧିନ ହୋଇଥିବା କଥା । କିନ୍ତୁ ଏହା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇନଥିବା କୁହନ୍ତି ପାନିୟ ଜଳ ବିଭାଗ ଦାୟତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦେବାନନ୍ଦ ଦଳେଇ । ଜଳଯୋଗାଣକୁ ପରିଚାଳନା କରିବା କଣ ବ୍ଲକ ପ୍ରଶାସନର ଦାୟିତ୍ୱ ନୁହେଁକି ?ଜନଶୁଣାଣୀରେ ଶତାଧିକ ଜନତା ଯୋଗଦେଇଥିଲେ । ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ , ତହସିଲଦାର ଶକ୍ତିକାନ୍ତ ରାୟ , ବିଡିଓ ଆର୍ଶୀବାଦ ପରିଡା, ଙ୍କ ସମେତ ସରପଚଂ ମାମିନା ତରାଇ ଯୋଗଦେଇ ଭୂମିହୀନଙ୍କୁ ଜମିପଟ୍ଟା , ଭତା ପ୍ରଦାନ କରିଥିଲେ ।