ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମେନେଜରଙ୍କ ବାରିପଦା,ବେତନଟି ଓ ବାଙ୍ଗିରିପୋଷୀ ଷ୍ଟେସନ ପରିଦର୍ଶନ

ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମେନେଜରଙ୍କ ବାରିପଦା,ବେତନଟି ଓ ବାଙ୍ଗିରିପୋଷୀ ଷ୍ଟେସନ ପରିଦର୍ଶନ

ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମେନେଜରଙ୍କ ବାରିପଦା,ବେତନଟି ଓ ବାଙ୍ଗିରିପୋଷୀ ଷ୍ଟେସନ ପରିଦର୍ଶନ
ବାରିପଦା(ଦିଲ୍ଲୀପ ମହାନ୍ତି) - ଦକ୍ଷିଣ -ପୂର୍ବ ରେଳ ପଥର ଜେନେରାଲ ମେନେଜର ସଞ୍ଜୟ ମହାନ୍ତି ସ୍ୱତନ୍ତ୍ର ଟ୍ରେନ ଯୋଗେ ମୟୂରଭଞ୍ଜ ଜିଲ୍ଲ ଗସ୍ତରେ ଆସି ବାରିପଦା ଷ୍ଟେଷନରେ ପହଁଞ୍ଚିବା ପରେ ମୋରଡ଼ା ବିଧାୟକ ରାଜ କିଶୋର ଦାସଙ୍କ ନେତୃତ୍ୱରେ ବିଜେଡ଼ିର ଏକ ପ୍ରତନିିଧି ମଣ୍ଡଳୀ ତାଙ୍କୁ ସାକ୍ଷାତ କରି ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବିକାଶ ନିମନ୍ତେ ବିଭିନ୍ନ ଦାବିକୁ ନେଇ ଆଲୋଚନା କରିବା ସହିତ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି-ବୁଢ଼ାମରା-ଚାକୁଳିଆ , ବାଙ୍ଗିରିପୋଷି – ଗୋରୁମହିଷାଣି ରେଳପଥ ସଂଯୋଗୀକରଣ , ବାରିପଦାର ଭଞ୍ଜପୁର ଓ ରାଇରଙ୍ଗପୁରଠାରେ ମାଲ ସାଇଡ଼ିଂ ନିର୍ମାଣ କରାଯିବା ଏବଂ ବାଙ୍ଗିରିପୋଷି-ଭୂବନେଶ୍ୱର ସୁପରଫାଷ୍ଟ ଟ୍ରେନ ଜାମଶୋଳ ଷ୍ଟେଷନରେ ରହଣି ଆଦି ଦାବି ଗୁଡ଼ିକୁ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବିକାଶ ନିମନ୍ତେ ବିଭିନ୍ନ ସମୟରେ ଜିଲ୍ଲାବାସୀ ସେମାନଙ୍କର ଦାବି କରି ଆସୁଛନ୍ତି । ଜିଲ୍ଲାବାସୀ ପକ୍ଷରୁ ଏଥି ନିମନ୍ତେ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି କେନ୍ଦ୍ର ରେଳମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବିଭିନ୍ନ ସମୟରେ ବାରମ୍ବାର ଦାବି ଉପସ୍ଥାପନ କରାଇ ଆସୁଛନ୍ତି । ଏପରିକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ଓ ରେଳ ବିଭାଗକୁ ଏବିଷୟରେ ପତ୍ର ଲେଖି ଜଣାଇଛନ୍ତି । କିନ୍ତୁ, ପ୍ରଧାନମନ୍ତ୍ରୀ ଏବଂ ରେଳ ବିଭାଗ ମୟୂରଭଞ୍ଜବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ପୂର୍ବକ ଦାବିକୁ ବାରମ୍ବାର ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ସେହିପରି ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଡ଼ା ଦେବାଶିଷ ମାର୍ଣ୍ଡି, ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ନାୟକ, ଛାତ୍ର ନେତା ଫିରୋଦ୍ଧିନ ରାଜା, ସେକ୍ ଅମୀର, ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ, ଛାତ୍ର ନେତା ଦୀପକ ମଢ଼ୁଆଳ ପ୍ରମୁଖ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ଦାବିଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଏହାପରେ ଜେନେରାଲ ମେନେଜର ଶ୍ରୀମହାନ୍ତି ବାଙ୍ଗିରିପୋଷି ରେଳ ଷ୍ଟେସନ ପରିଦର୍ଶନରେ ଆସି ଆଜି ପୂର୍ବାହ୍ନରେ ପ୍ରଥମେ ବାଙ୍ଗିରିପୋଷି ଷ୍ଟେଷନରେ ପହଁଞ୍ଚି ଷ୍ଟେସନ ପରିସରରେ ନବ ନିର୍ମିତ କ୍ୱଟର୍ସ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଗୋରୁମହିଷାଣୀ, ବାଙ୍ଗିରିପୋଷୀ ଓ କୁଳିଅଣା ରେଲୱେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମେନେଜର ଶ୍ରୀ ମହାନ୍ତିଙ୍କୁୁ ଭେଟି ବାଙ୍ଗିରିପୋଷୀ ଷ୍ଟେସନର ଉନ୍ନତିକରଣ, ବାଙ୍ଗିରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ ରେଳ ସଂଯୋଗୀକରଣ, ନୂତନ ଷ୍ଟେସନ ନିର୍ମାଣ ଆଦି ଦାବୀ ନେଇ ଦାବୀପତ୍ର ପ୍ରଦାନ କରିଥିବାର ଜଣାଯାଇଛି । ତେବେ ଏହି ପରିଦର୍ଶନ ପରେ ରେଳସେବା କ୍ଷେତ୍ରରେ ଚିର ଅବହେଳିତ ମୟୂରଭଞ୍ଜ ଜିଲ୍ଲାରେ ରେଳର ବିକାଶ ପାଇଁ କଣ ମିଳୁଛି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।