ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ
ଭୁବନେଶ୍ୱର: ବାଲେଶ୍ବର ଜିଲା କମର୍ଦ୍ଦା ଅଞ୍ଚଳରେ ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ୍ୟୁ ହୋଇଯାଇଛି। ଗୁରୁବାର ବିଳମ୍ବିତରେ ସ୍ତ୍ରୀକୁ ଘର ବାହାରେ ଗୋଡାଇ ଗୋଡାଇ ସ୍ବାମୀ ହତ୍ୟା କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଘର ପଶ୍ଚିମବଙ୍ଗ ରାମନଗରରେ ବୋଲି ଜଣାପଡିଛି। ସେ କମର୍ଦ୍ଦାରେ ଘର ଭଡା ନେଇ ରହୁଥିଲା।