ସାତଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା
ସାତଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ । ଦକ୍ଷିଣ ଓଡିଶା ଉପକୂଳ ନିକଟରେ କେନ୍ଦ୍ରୀଭୂତ ରହିଛି ଲଘୁଚାପ କ୍ଷେତ୍ର । ଆସନ୍ତା ସାତଦିନ ଯାଏ ସ୍ୱାଭାବିକଠାରୁ ଅଧିକ ହେବ ବର୍ଷା । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛନ୍ତି ଆଇଏମଡି ଡିଜି । ଆଗାମୀ ୪୮ଘଣ୍ଟାରେ ଆହୁରି ଘନୀଭୂତ ହେବ । ଏହା ଦ୍ୱାରା ମୌସୁମୀ ଅଧିକ ସକ୍ରିୟ ହେବା ସହ ଭଲ ପରିମାଣର ବର୍ଷା ସମ୍ଭାବନା ରହିଛି ।
ଜୁଲାଇ ୧୪ ବେଳକୁ ଆଉ ଏକ ଲଘୁଚାପ ଉତ୍ତର ବଙ୍ଗୋପସାଗର ଓ ଓଡିଶା ଉପକୂଳରେ ହେବାର ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨୪ ଘଣ୍ଟାରେ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡିକ ହେଲା କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡା ଓ ମାଲକାନଗିରି । ଏଠାରେ ୭ରୁ ୨୦ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।




admin 