ସାଢେ଼ ୮ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଇତିହାସ : ନେଲାଣି ୧୧ ହଜାର ଜୀବନ

ସାଢେ଼ ୮ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଇତିହାସ : ନେଲାଣି ୧୧ ହଜାର ଜୀବନ

ସାଢେ଼ ୮ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଇତିହାସ : ନେଲାଣି ୧୧ ହଜାର ଜୀବନ
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ପିଛା ଛାଡ଼ୁନି । ଖରା, ବର୍ଷା, ଶୀତ ସବୁ ଋତୁରେ ଗୋଡ଼ାଇ ଗୋଡେ଼ଇ ମୁଣ୍ଡ ନେଉଛି । ସରକାରୀ ହିସାବ କହୁଛି, ଗତ ସାଢେ଼ ୮ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ୧୧ ହଜାର ୧୨ ଜଣଙ୍କ ମୃତୁ୍ୟ ହେଲାଣି । ସର୍ବାଧିକ ମୃତୁ୍ୟ ହୋଇଛି ସାପ କାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡ଼ିବା ଯୋଗୁଁ । ୨୦୧୧-୧୨ ରୁ ୨୦୧୯-୨୦ (ବର୍ତ୍ତମାନ ସୁଦ୍ଧା) ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ଘଟି ୩୧୫୯ ଜଣଙ୍କ ମୃତୁ୍ୟ ହୋଇଛି । ୨୦୧୧-୧୨ ରେ ୩୫୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦୧୨-୧୩ ରେ ୨୯୪, ୨୦୧୩-୧୪ ରେ ୩୭୦, ୨୦୧୪-୧୫ରେ ୩୧୧, ୨୦୧୫-୧୬ ରେ ୪୦୨, ୨୦୧୬-୧୭ ରେ ୪୦୧, ୨୦୧୭-୧୮ରେ ୪୬୭, ୨୦୧୮-୧୯ରେ ୩୩୧, ୨୦୧୯-୨୦ ରେ ୨୩୧ ଜଣଙ୍କ ଜୀବନ ଯାଇଛି ବ୍ରଜପାତରେ । ପାଣିରେ ବୁଡ଼ି ୩୦୬୯ ଜଣଙ୍କ ମୃତୁ୍ୟ ହୋଇଛି ଗତ ସାଢେ଼ ୪ ବର୍ଷରେ । ୨୦୧୫-୧୬ ରେ ପାଣିରେ ବୁଡ଼ି ୨୯୭ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦୧୬-୧୭ରେ ୫୦୩ ଓ ୨୦୧୭-୧୮ରେ ୮୩୫ ଙ୍କ ଜୀବନ ଯାଇଛି । ୨୦୧୮-୧୯ ରେ ୧୦୬୬ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ୨୦୧୯-୨୦ ରେ ଏଯାବତ୍ ୩୬୮ ଜଣଙ୍କ ଜୀବନ ଗଲାଣି । ୨୦୧୫ ରୁ ପାଣିରେ ବୁଡ଼ି ମରିବା ଘଟଣାକୁ ରାଜ୍ୟ ବିପର୍ଯ୍ୟୟ ତାଲିକାଭୁକ୍ତ କରାଯାଇଛି । ସେହିପରି ସାପ କାମୁଡ଼ାରେ ସାଢେ଼ ୪ ବର୍ଷରେ ୩୨୭୯ ଜଣଙ୍କ ଜୀବନ ଗଲାଣି । ୨୦୧୫-୧୬ ରୁ ୨୦୧୯-୨୦ (ବର୍ତ୍ତମାନ ସୁଦ୍ଧା) ଯଥାକ୍ରମେ ୪୮୨, ୬୦୯, ୮୩୫, ୮୭୨, ୪୭୨ ଜଣଙ୍କ ମୃତୁ୍ୟ ହେଲାଣି । ସାପ କାମୁଡ଼ା ମୃତୁ୍ୟ ମଧ୍ୟ ୨୦୧୫ ରୁ ରାଜ୍ୟ ବିପର୍ଯ୍ୟୟ ତାଲିକାଭୁକ୍ତ ହୋଇଛି । ବାତ୍ୟାରେ ଗତ ସାଢେ଼ ୮ ବର୍ଷ ଭିତରେ ୧୬୦ ଜଣଙ୍କ ମୃତୁ୍ୟ ହୋଇଛି । ଏଥିମଧ୍ୟରେ ଚଳିତ ବର୍ଷ ଫୋନି ବାତ୍ୟାରେ ୬୪ ଜଣଙ୍କ ଜୀବନ ଯାଇଛି । ୨୦୧୮-୧୯ ରେ ତିତ୍ଲି ଓ ଅନ୍ୟ ବାତ୍ୟାରେ ୭୨ ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୧୭-୧୮, ୨୦୧୬-୧୭, ୨୦୧୫-୧୬ ରେ ବାତ୍ୟା କୌଣସି ଜୀବନ ନେଇନାହିଁ । ହେଲେ ବାତ୍ୟା ଯୋଗୁଁ ୨୦୧୪-୧୫ ରେ ୪୦ ଜଣ ଓ ୨୦୧୩-୧୪ ରେ ୨୧ ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୧୪ ରେ ହୁଡହୁଡ ବାତ୍ୟା ହୋଇଥିବା ବେଳେ ୨୦୧୩ ରେ ଫାଇଲିନ ମାଡ଼ କରିଥିଲା । ୨୦୧୧-୧୨ ଓ ୨୦୧୨-୧୩ରେ କାହାରି ମୃତୁ୍ୟ ହୋଇନି ବାତ୍ୟାରେ । ଅଂଶୁଘାତ ମଧ୍ୟ ଓଡ଼ିଶା ପିଛା ଛାଡ଼ୁନି । ଗତ ସାଢେ଼ ୮ ବର୍ଷରେ ୩୬୧ ଜଣ ପ୍ରାଣ ହରାଇଛନ୍ତି ଅଂଶୁଘାତରେ । ୨୦୧୧-୧୨ ରୁ ୨୦୧୯-୨୦ ପର୍ଯ୍ୟନ୍ତ ଯଥାକ୍ରମେ ୨୨, ୮୩, ୧୬, ୪୦, ୭୦, ୫୫, ୪୪, ୧୬ ଓ ୧୫ ଜଣଙ୍କ ଜୀବନ ଯାଇଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ । ଅଗ୍ନିକାଣ୍ଡରେ ୨୦୧୧-୧୨ ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟରେ ୫୦୦ ଜଣ ପ୍ରାଣ ହରାଇଛନ୍ତି । ୨୦୧୧-୧୨ ରୁ ୨୦୧୯-୨୦ ପର୍ଯ୍ୟନ୍ତ ଯଥାକ୍ରମେ ୩୭, ୨୮, ୩୦, ୨୯, ୪୨, ୧୧୨, ୧୧୧, ୮୯ ଓ ୨୨ ଜଣ ଜୀବନ ହରାଇଛନ୍ତି ନିଅାଁ ଲାଗିବା କାରଣରୁ । ଏହି ସାଢେ଼ ୮ ବର୍ଷରେ ବନ୍ୟା ଯୋଗୁଁ ୨୮୫ ଜଣଙ୍କ ଜୀବନ ଯାଇଛି । ୨୦୧୧-୧୨ ରୁ ୨୦୧୯-୨୦ ଭିତରେ ଯଥାକ୍ରମେ ୭୨, ୪, ୮୯, ୬୪, ୯, ୩, ୧୦, ୨୧ ଓ ୧୩ ଜଣଙ୍କ ମୃତୁ୍ୟ ହୋଇଛି ବନ୍ୟାରେ । କାଳବୈଶାଖୀ ଜନିତ ପବନ (ଖଣ୍ଡିଆ ଭୁତ) ଯୋଗୁଁ ଏହି ସମୟ ଭିତରେ ୫୩ ଜଣଙ୍କ ମୃତୁ୍ୟ ହୋଇଥିବା ସରକାର ଦର୍ଶାଇଛନ୍ତି । ସେହିପରି ଡଙ୍ଗାବୁଡ଼ିରେ ୧୪୬ ଜଣ ଜୀବନ ହରାଇଛନ୍ତି ଏହି ସାଢେ଼ ୮ ବର୍ଷ ଭିତରେ । ୨୦୧୧-୧୨ ରୁ ୨୦୧୯-୨୦ ଯାଏଁ ଯଥାକ୍ରମେ ୨୯୭, ୩୫,୮, ୩୪, ୧୯, ୭,୪, ୧୫ ଓ ୯ ଜଣଙ୍କ ମୃତୁ୍ୟ ହୋଇଛି ଡଙ୍ଗା ବୁଡ଼ିବା କାରଣଣୁ । ଭୂସ୍ଖଳନରେ ୨୦୧୬-୧୭ ରୁ ୨୦୧୯-୨୦ ଭିତରେ ୯ ଜଣଙ୍କ ମୃତୁ୍ୟ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।